Advertisement

ଖୋର୍ଦ୍ଧା, ୧୮/୩:  ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ (ଓ.ୟୁ.ଡବ୍ଲୁ.ଜେ) ଖୋର୍ଦ୍ଧା ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀଙ୍କ କାର୍ଯ୍ୟଶୈଳୀ ଓ ସ୍ୱଚ୍ଛତା ଉପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଠାଇଥିବା ପ୍ରଶ୍ନକୁ ସଂଘ ତରଫରୁ ତୀବ୍ର ବିରୋଧ କରି ବୁଧବାର ଏକ ପ୍ରତିବାଦ ସଭା ଖୋର୍ଦ୍ଧା ସାମ୍ୱାଦିକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଵୈଠକରେ ସର୍ବଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ ସଭାପତି ଡ. ପୀତବାସ ମିଶ୍ର, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ ରାଜ୍ଯ ସଭାପତି ଭାଗବତ ତ୍ରିପାଠୀ, ରାଜ୍ୟ ସଂଗଠନ ସମ୍ପାଦକ ଅର୍ଜ୍ଜୁନ ମୁଦୁଲିଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ସମେତ, ଭୁବନେଶ୍ୱର, ପୁରୀ , କଟକ, ଯାଜପୁର, ନୟାଗଡ, ଜଟଣୀ, ଟାଙ୍ଗି, ବାଣପୁର, ଚିଲିକା, ବୋଲଗଡ, ବେଗୁନିଆ ଅଞ୍ଚଳରୁ ଶତାଧିକ ସଂଘର ସଦସ୍ୟ ଯୋଗଦେଇ ଜିଲ୍ଲା ପ୍ରସାଶନ ର ମନମୁଖୀ କାର୍ଯ୍ୟକୁ ତୀବ୍ର ବିରୋଧ କରିଥିଲେ।

ପରେ ସଂଘର ସମସ୍ତ ସଦସ୍ୟ ମାନେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଥିଲେ ।

ଖୋର୍ଦ୍ଧା ଜିଲ୍ଲପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଧାରଣା ସ୍ଥଳରେ ପହଞ୍ଚି ସଂଘ କର୍ମକର୍ତ୍ତା ଏବଂ ସଦସ୍ୟ ମାନଙ୍କ ସହିତ ଆଲୋଚନା କରିବା ପରେ ଜିଲ୍ଲା ପ୍ରଶାସନ ତାର ପୂର୍ବ ନିଷ୍ପତିକୁ ଏକ ଲିଖିତ ପତ୍ର ମାଧ୍ୟମ ରେ ପ୍ରତ୍ୟାହାର କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *