Advertisement

ଜଟଣୀ, ୨୭/୮: ଆଜିଠୁ ଆରମ୍ଭ ହୋଇଛି ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା। ୧୧ ଦିନ ବ୍ୟାପି ଜଟଣୀର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନଙ୍କ ସହ ମାତା ଲକ୍ଷ୍ମୀ ଓ ମାତା ସରସ୍ବତୀ ।

ଜଟଣୀରେ ଛୋଟ ବଡ଼ ପ୍ରାୟ ୩୫୦ରୁ ଉର୍ଦ୍ଧ ସ୍ଥାନରେ ପୂଜାପାଉଛନ୍ତି ଅଗ୍ରପୂଜ୍ୟ ପ୍ରଭୁ ଗଣେଶ।  ଜଟଣୀର ବିଭିନ୍ନ ଛକ, କ୍ଳବ, ସାହି, ବସ୍ତି, ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନରେ ଅନୁଷ୍ଠିତ ହୋଇଛି ବିଘ୍ନରାଜଙ୍କ ପୂଜା ।

ଜଟଣୀର ଥାନା ଛକ, ସୀତାରାମ ଛକ, ହାଟବଜାର ପୂଜା ମଣ୍ଡପ, ରେଲୱେ ଗୋଲେଇ ଓ ନିୟୁ ମାର୍କେଟ,  ପୂଜା ମଣ୍ଡପ, କୁଦିଆରୀ ବଜାର, ବଡ଼ ବଜାର, ରେତଙ୍ଗ କଲୋନୀ, ପରିବା ଓ ମାଛ ମାର୍କେଟ, ରାଜାବଜାର, ନୀଳଚକ୍ର ମାର୍କେଟ, ଜଗନ୍ନାଥ ମାର୍କେଟ, ଖୁଦୁପୁର ଛକ, ମହୁଲଗୁଡ଼ିଆ ଛକ, ବ୍ଲକ ଛକ, ହରିଭାଇନା ଛକ, ଗୋପବନ୍ଧୁ ବଜାର, ମେଡିକାଲ ଛକ, ହନୁମାନ ବଟିକା ଛକ ମାନଙ୍କରେ ବ୍ୟବସାୟୀ ସଂଘ ପକ୍ଷରୁ ପୂଜା ବେଶ ଧୁମଧାମରେ ପୂଜା ଆରମ୍ଭ ହୋଇଛି।

ଆଲୋକମାଳାରେ ଝଲସୁଛି ଜଟଣୀ ସହର। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *