Advertisement

ବ୍ୟୁରୋ : ଜଟଣୀ ଗଣେଶ ମହୋତ୍ସବ ପାଇଁ ଆଜି ପବିତ୍ର ରଥଯାତ୍ରାରେ, ଜଟଣୀ ଶରତ ପାଇକରାୟ ଷ୍ଟାଡିୟମରେ ପରିସରରେ ଭୂମି ପୂଜା ଅନୁଷ୍ଠିତ ହୋଇଛି।

ପ୍ରତିବର୍ଷ ପରି କଳିଙ୍ଗ ଯୁବ ପରିଷଦ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୭ତାରିଖ ଗଣେଶ ପୂଜା ଦିନ ଠାରୁ ଠାକୁର ଭଷାଣି ପର୍ଯ୍ୟନ୍ତ ଗଣେଶ ମହୋତ୍ସବ ଅନୁଷ୍ଠିତ ହେବ। ସେଥିପାଇଁ ଆଜି ଆନୁଷ୍ଠାନିକ ଭାବେ ଷ୍ଟାଡିୟମ ପରିସରରେ ଭୂମି ପୂଜା ଅନୁଷ୍ଠିତ ହୋଇଥିଲା। ଏହି ଭୂମି ପୂଜା ଉତ୍ସବରେ ମୁଖ୍ୟଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେଵ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ବିଶ୍ୱରଞ୍ଜନ ବଡ଼ଜେନା, ସୁରଜ ପାଇକରାୟ, ଅନାଦି ସାହୁ, ବିଜୁ ଛୋଟରାୟ ଯୋଗଦେଇଥିଲେ।

ଅନୁଷ୍ଠାନର ସଭାପତି ରବିନାରାୟଣ ଦାସ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ସମ୍ପାଦକ ସମୀର ଜେନା, ସୀତାକାନ୍ତ ନାୟକ, ସୁଶାନ୍ତ ସାମନ୍ତରାୟ, ରୋଷନ ସାହୁ, ପୁରୁଷୋତ୍ତମ ଜେନା, ଦୀନବନ୍ଧୁ ରଣସିଂହ, ବୁଲା ସାହୁ ପ୍ରମୁଖ ଭୂମି ପୂଜାରେ ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *