Advertisement

ଜଟଣୀ,୧୮/୦୮:  ଜଟଣୀ ଆଶା ପ୍ଲେ ସ୍କୁଲ ରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।  ସ୍ୱାଧୀନତା ଦିବସକୁ ନେଇ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଡାକ୍ତର କୃଷ୍ଣ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟର ସହ-ସଂସ୍ଥାପକ ପ୍ରଦୀପ୍ତ କୁମାର ଶତପଥୀ ସ୍ୱାଧୀନତା ଦିବସ ବିଷୟରେ ବହୁ ଶିକ୍ଷଣୀୟ କଥା କହିଥିଲେ।  ବିଦ୍ୟାଳୟର ଅଧ୍ୟକ୍ଷା  ବିଜୟିନୀ ଦାଶ, ଇଞ୍ଜିନିୟର ଅଂଶୁମାନ ଶତପଥୀ, ଶିକ୍ଷୟିତ୍ରୀ ଇଲା ସାମନ୍ତରା, ପୂଜା ସାମନ୍ତରା, ଦୀପ୍ତିମୟୀ ମଙ୍ଗରାଜ, ଜୟଲଷ୍ମୀ କାନୁନଗୋ ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *