Advertisement

ବ୍ୟୁରୋ: ଗତ କାଲି ରାତିରେ ଘଟିଥିବା ଘଟଣା ଜଟଣୀକୁ ଦେଇଛି ଲଜ୍ଜା। ଜଟଣୀ ଥାନା ଅଧିନ କୁଦିଆରୀ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ରାଜ୍ୟରେ ଗତ କିଛି ଦିନ ହେବ ମହିଳାମାନଙ୍କ ଉପରେ ଶାରୀରିକ ନିର୍ଯ୍ୟାତନା ସହିତ ଦୁଷ୍କର୍ମ ଅଭିଯୋଗ ବଢ଼ିବାରେ ଲାଗିଛି। ସୂଚନା ମୁତାବକ ଗତ ଶନିବାର ରାତିରେ ଜଟଣୀ ଥାନା ଅଧିନ କୁଦିଆରୀ ଅଞ୍ଚଳର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଅସଦାଚରଣ ସହ ଦୁଷ୍କର୍ମ କରିଥିବା, ପିଡ଼ିତାଙ୍କ ପରିବାର ପକ୍ଷରୁ ଜଟଣୀ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଖବର ପାଇ ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ପୋଲିସ ଗୁରୁତର ସହ ନେଇ, ତଦନ୍ତ ଚାଲିଥିବା କହିଛନ୍ତି ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂ ।

Advertisement

Leave a Reply

Your email address will not be published. Required fields are marked *