Advertisement

ବ୍ୟୁରୋ: ଜଟଣୀ ଥାନା ଅଧିନ କିଷ୍ଟ କଲେଜ ନିକଟ ଷଣ୍ଢପୁର ଜଗନ୍ନାଥ ବିହାର ପାଖ ନାଳରେ ଭାସୁଛି ଅଜଣା ମୃତ ଦେହ। ଆଜି ସକାଳୁ ସ୍ଥାନୀୟ ଲୋକେ ନାଳରେ ମୃତ ଦେହ ଭାସୁଥିବାର ଦେଖିଥିଲେ, ପରେ ପୋଲିସକୁ ଖବର ଦେଇଥିଲେ। ମୃତ ଦେହଟି ଜଣେ ପୁରୁଷଙ୍କର ହୋଇଥିବା ବେଳେ ସେ ନୀଳ ରଙ୍ଗ ର ସାର୍ଟ ଓ କଳା ରଙ୍ଗ ର ଫୁଲ ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।

ମୃତ ଦେହ ଫୁଲି ଯାଇଥିବାରୁ ଅନୁମାନ କରାଯାଉଛି 2ଦିନ ତଳୁ ତାଙ୍କର ମୃତ୍ୟୁ ଘଟିଛି। ତେବେ ନାଳରେ ପାଣି କମ୍ ଥିବାରୁ ସନ୍ଦେହ କରାଯାଉଛି ଉକ୍ତ ଯୁବକଙ୍କୁ କେହି ହତ୍ୟା କରି ଉକ୍ତ ନାଳରେ ଫିଙ୍ଗି ଦେଇଥିବାର। ଜଟଣୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ମୃତ ଦେହର ପରିଚୟ ମିଳିନାହିଁ।

Advertisement

Leave a Reply

Your email address will not be published. Required fields are marked *