Advertisement

ବ୍ୟୁରୋ: ଜଟଣୀ ସୋସାଇଟି ଫର୍ ଚିଲ୍ଡରେନ୍ ସୋଚ୍ ଅନୁଷ୍ଠାନ ପକ୍ଷରୁ, ପିଲାମାନେ ନିଶା ଠାରୁ କିପରି ଦୂରେଇ ରହି ସମାଜର ମୁଖ୍ୟ ସ୍ରୋତ ଫେରିବେ, ସେ ନେଇ ଆୟୋଜିତ ଆଚରଣ ସଂଶୋଧନ ଶିବିରର ଉଦଯାପନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ ୧୭ ଜଣ ଶିଶୁ ଙ୍କୁ ନିଶା ଠାରୁ ଦୁରେଇ ସମାଜର ମୁଖ୍ୟ ସ୍ରୋତ କୁ ଫେରେଇଆଣିବା ପାଇଁ  ବିଭିନ୍ନ ନୈତିକ ଶିକ୍ଷା ଠାରୁ ଆରମ୍ଭ କରି ଶାରୀରିକ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ଅତିଥି ଭାବେ ଶ୍ରୀମତୀ ପ୍ରିୟଦର୍ଶିନୀ କାଣ୍ଡି , ବ୍ଲକ ସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ , ଶୋଚ୍ ଅନୁଷ୍ଠାନର ଫାଉଣ୍ଡର ମନୋଜ କୁମାର ସ୍ୱାଇଁ , ଅହିଂସା ବିଚାର ଫାଉଣ୍ଡେସନର ଟ୍ରଷ୍ଟି ସତ୍ୟଶ୍ରୀ ସୌମ୍ୟ କାନ୍ତ ମହାପାତ୍ର, ବିକ୍ରମ କେଶରୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ରଞ୍ଜନ କୁମାର ଧଳ  ଡେଭିଡ ଶବର, ସସ୍ମିତା ସାହୁ, ରୋଜାଲିନ ବେହେରା, ଅନିତା ମଙ୍ଗରାଜ, ସୌମ୍ୟ ଜିତ୍ ଦାସ, ଆକାଂକ୍ଷା ପ୍ରିୟଦର୍ଶିନୀ, ମନସ୍ଵିନୀ ସ୍ୱାଇଁ ,  କୁମାର ମହାପାତ୍ର , ସୋନାଲି ଦାସ, ଗୀତା ,ରିଲୁ ପରିଡ଼ା , ସୁରେଶ ମୁଦୁଲି ,ଟୁନି ସ୍ବାଇଁ  ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ  ଅନୁଷ୍ଠାନର ଜେନେରାଲ ମ୍ୟାନେଜର ଶ୍ରୀଲେଖା ଚୌହାନ ଧନ୍ୟବାଦ୍ ପ୍ରଦାନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *