Advertisement

ବ୍ୟୁରୋ: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ, ଜଟଣୀ

ପୌର ପରିଷଦ ପକ୍ଷରୁ ଜଟଣୀ ପୋଷ୍ଟ ଅଫିସ ନିକଟ, ମୋ ଜଟଣୀ ଠାରେ ଓଡ଼ିଆ ଭାଷାରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜଟଣୀ ପୌର ପରିଷଦର ଅଧ୍ୟକ୍ଷ ଅନନ୍ତ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀ, ଉପାଧ୍ୟକ୍ଷା ଆରତୀ ରାଉତ, କାଉନସିଲର ଜଟାଧାରୀ ପ୍ରଧାନ, ଶଶାଙ୍କ ଶେଖର ରାୟ, ଲଷ୍ମୀନାରାୟଣ ସ୍ୱାଇଁ, ସ୍ୱଚ୍ଛସାଥୀଙ୍କ ସହ ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେଇ ଓଡ଼ିଆରେ ଦସ୍ତଖତ କରିଥିଲେ।

ଏହାସହ ଜଟଣୀ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସମସ୍ତେ ଏକତ୍ର ହୋଇ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *