ଜଟଣୀ,୯/୮: ଜଟଣୀର ଲଢୁଆ ନେତା ତଥା କ୍ରାନ୍ତିକାରୀ ଶ୍ରମିକ ନେତା ସୁଶାନ୍ତ ମହାନ୍ତିଙ୍କ ୨୫ତମ ସ୍ମୃତି ଚାରଣ ସଭା, ଅଗଷ୍ଟ କ୍ରାନ୍ତି ଦିବସରେ ସ୍ଥାନୀୟ ବରିଷ୍ଠ ନାଗରିକ ସେବା ସଂଘ କାଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବରରୁ ଅଲଗା କରି ଜଟଣୀକୁ ଏକ ସ୍ବତନ୍ତ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ କରାଯିବାକୁ ୧୯୭୨ ମସିହାରେ ସ୍ବର୍ଗତ ସୁଶାନ୍ତ ମହାନ୍ତି ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଡାକରାରେ ସମ୍ପୁଣ୍ଣକ୍ରାନ୍ତି ଆନ୍ଦୋଳନରେ ନିଜକୁ ସାମିଲ କରିବା ସହିତ ୧୯୭୫ ମସିହାରେ ଦେଶରେ ଜରୁରୀ କାଳିନ ପରିସ୍ଥିତି ଘୋଷଣାକୁ ବିରୋଧ କରି ସ୍ବର୍ଗତ ମହାନ୍ତି ୧୯ ମାସ ମିସା ବନ୍ଦୀ ଭାବେ କାରା ବରଣ କରିଥିବାର ସ୍ମୃତି କୁ ମନେ ପକେଇ ବକ୍ତା ମାନେ ନିଜର ମତବ୍ୟକ୍ତ କରିଥିଲେ । ଜଟଣୀ ବରିଷ୍ଠ ନାଗିରକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନର ସଭାପତି ଅବନୀ ରାଉତରାୟ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ଅନୁଷ୍ଠାନର ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି, ରବିନ୍ଦ୍ର ପ୍ରସାଦ ମିଶ୍ର, ରେଳ ଶ୍ରମିକ ନେତା ବିଜୟରାମ ମହାନ୍ତି, ବି.ଭି. ରାମଣା, ଯୁବ ସଂଗଠକ କିଶୋର ପାଇକରାୟ, ପ୍ରବୀର କୁମାର ମହାନ୍ତି, ରଜନୀକାନ୍ତ ପଣ୍ଡା, ଅକ୍ସିତା ରାଉତରାୟ, ପ୍ରବିଣ ଗଜେନ୍ଦ୍ର ପ୍ରମୁଖ ସ୍ବର୍ଗତ ସୁଶାନ୍ତ ମହାନ୍ତିଙ୍କୁ ଓଡିଶାର ଅନ୍ୟତମ ଲଢୁଆ ନେତା ଭାବେ ମତବ୍ୟକ୍ତ କରିଥିଲେ । ଶେଷରେ ଜଟଣୀ ବିକାଶ ପରିଷଦ ଉପସଭାପତି ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ସୁଶାନ୍ତ ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।


