Advertisement

ଖୋର୍ଦ୍ଧା, ୨୭/୭: ଜଟଣୀ ସହରର ସୀତାରାମ ଛକରେ ଥିବା ପୁରାତନ ମନ୍ଦିର ବାବା ବାଲୁଙ୍କେଶ୍ୱର ଶିବ ମନ୍ଦିର ପାଖରେ ଏକ ନୁତନ ମଦ ଦୋକାନ ଖୋଲାଯାଇଛି ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଯାଇଛି । ମନ୍ଦିରଠାରୁ ମାତ୍ର ଗୋଟିଏ ଔଷଧ ଦୋକାନ ପରେ ଏକ ମଦ ଦୋକନ ଖୋଲିବାକୁ ସ୍ଥାନୀୟ ସହରବାସୀ କେହି ଗ୍ରହଣ କରିପାରୁନାହାନ୍ତି । ମନ୍ଦିର ପାଖରେ ମଦ ଦୋକାନ ଖୋଲାହେଲେ ଏହାର ପ୍ରଭାବ ଆଧ୍ୟାତ୍ମିକ ବାତାବରଣକୁ ଖରାପ କରିବା ସହ ଏକ ଧର୍ମାନୁଷ୍ଠାନର ଗାରିମାକୁ ନଷ୍ଟ କରୁଛି । ସେହିଭଳି ସେଠାରେ ସାମାଜିକ ପରିବେଶ ମଧ୍ୟ ଖରାପ ହେବାର ଆଶଙ୍କା ରହିଛି । ତେଣୁ ସେହି ଦୋକାନକୁ ଅନ୍ୟ କେଉଁ ସ୍ଥାନକୁ ସ୍ଥାନାନ୍ତରଣ କରିବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । 

ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ଯେ ଆଉ ଦିନ କେଇଟା ପରେ ପବିତ୍ର ଶ୍ରାବଣମାସ । ଶ୍ରାବଣମାସରେ ଏହି ଶିବମନ୍ଦିରରେ ବୋଲବମ ଶ୍ରଦ୍ଧାଳୁମାନଙ୍କର ବହୁତ ଭିଡ ହୁଏ । ସେହିଭଳି ମାସ ତମାମ ଶ୍ରଦ୍ଧାଳୁମାନେ ଏହି ମନ୍ଦିରକୁ ପୁଜାର୍ଚ୍ଚନା କରିବା ପାଇଁ ଆସନ୍ତି । ସଂଧ୍ୟାରେ ଏଠାରେ ସଂଧ୍ୟା ଆଳତିରେ ମଧ୍ୟ ବହୁ ଭିଡ ହୁଏ । ଏଠାରେ ଏଭଳି ଅବକାରୀ ଦୋକାନ ବ୍ୟବସାୟ ହେଲେ ଏହାକୁ କେବେ ବି ଗ୍ରହଣ କରାଯାଇପାରିବ ନାହିଁ । ମନ୍ଦିରକୁ ସବୁ ସମୟରେ ମହିଳା ଭକ୍ତମାନେ ମଧ୍ୟ ଆସୁଛନ୍ତି । ସବୁୃ କଥାକୁ ଦୃଷ୍ଟିରେ ରଖି ତେଣୁ ଖୁବଶିଘ୍ର ଏହାକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ କରିବା ପାଇଁ ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି । ଯଦି ଆବଶ୍ୟକ ପଡେ ତାହେଲେ ଆନ୍ଦୋଳନ ଏବଂ ଆଇନଗତ ପଦକ୍ଷେପ ମଧ୍ୟ ନିଆଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *