Advertisement

ଜଟଣୀ, ୬/୧୦ : ଟାଏକୋଣ୍ଡ ଫେଡ଼େରେସନ୍ ଅଫ ଇଣ୍ଡିଆ ଆନୁକୂଲ୍ୟରେ ମଧ୍ୟପ୍ରଦେଶ ଇନ୍ଦୋର ଚମେଲି ଦେବୀ ଇଣ୍ଡୋର ହଲରେ ୪୦ତମ ସବ୍ ଜୁନିଅର୍ କ୍ୟୋରୁଗି ଏବଂ ୪୩ତମ ଜୁନିଅର୍ କ୍ୟୋରୁଗି, ୧୬ତମ ଜୁନିଅର୍ ପୁମସେ ଏବଂ ୧୪ତମ ସବ୍ ଜୁନିଅର ପୁମସେ ଜାତୀୟ ଟାଏକୋଣ୍ଡୋ ଚାମ୍ପିଅନସିପ-୨୦୨୬ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା।

ଏହି ଜାତୀୟ ସ୍ତରୀୟ ଟାଏକୋଣ୍ଡ ଖେଳରେ ଖୋର୍ଦ୍ଧା ଜିଲ୍ଲା, ଜଟଣୀ ର ଏସ୍ ଏମ୍ ଏସ୍ ମାର୍ଶାଲ ଆଟ୍ସ ଏକାଡେମୀ ରେ ପ୍ରଶିକ୍ଷଣ ନେଇ ଓଡ଼ିଶାକୁ ପ୍ରତିନିଧିତ୍ବ କରୁଥିବା ଦୁଇ ଝିଅ ଜୁନିଅର୍ ବାଳିକା ବର୍ଗର ଅଣ୍ଡର ୬୩ କେଜି. ଓଜନ ବିଭାଗରେ ଶ୍ରେୟା ମହାନ୍ତି ରୌପ୍ୟ ପଦକ ଏବଂ ସବ୍ ଜୁନିଅର୍ ବାଳିକା ବର୍ଗର ଓଭର ୪୭ କେଜି. ଓଜନ ବିଭାଗରେ ତନୁଶ୍ରୀ ପ୍ରିୟଦର୍ଶିନୀ କାଂସ୍ୟ ପଦକ ଜିତି ଜଟଣୀ ସମେତ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଖୋର୍ଦ୍ଧା  ଜିଲ୍ଲା ପାଇଁ ବହୁତ ପରିଚିତି ଆଣିଛି ଏବଂ ଅନେକ ଯୁବ ଟାଏକୋଣ୍ଡ ଖେଳାଳି ଙ୍କୁ ପ୍ରେରଣା ଦେଇଛି। ଏହି ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗୀତାରେ ୧୮ ଟି  ରାଜ୍ୟରୁ ସମୁଦାୟ  ୯୦୦ ରୁ ଉଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ୨ ଖେଳାଳିଙ୍କ ସଫଳତା ପାଇଁ ଖୋର୍ଦ୍ଧା ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନ୍ ର ସମ୍ପାଦକ ତଥା ଜାତୀୟ ରେଫରି ଏବଂ ଜାତୀୟ କୋଚ୍ ମାଷ୍ଟର୍ ଅଜୟ କୁମାର ସାହୁ କୃତଜ୍ଞତା ଜ୍ଞାପନ କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *