Advertisement

ଜଟଣୀ,୨୧/୩: ଜଟଣୀ ବ୍ଲକ ଯାଆଁଳା ପଞ୍ଚାୟତର ମୁଣ୍ଡମୁହାଁଣରେ ଗ୍ରାମେଶ୍ବର ଦେବଙ୍କ ମେଳଣ ଉଦଯାପିତ ହୋଇଛି। ଗତ ସୋମବାର ରାତ୍ର ରେ ବାବା ଗ୍ରାମେଶ୍ବର ଦେବଙ୍କ ଜମାଣ ଯାତ୍ରା ଅନୁଷ୍ଠିତ ହୋଇଥିଲା। ବାଣ ରୋଷଣୀରେ ବାବା ଦୋଳ ମଣ୍ଡପକୁ ବିଜେ କରିଥିଲେ। ଜମାଣ ଉତ୍ସବରେ ମହାପ୍ରଭୁ ଶ୍ରୀ ଗ୍ରାମେଶ୍ବର ଦେବ,ଶ୍ରୀ ମୃଗେଶ୍ୱର ଦେବ, ଶ୍ରୀ ଚନ୍ଦ୍ରଚୁଡ଼ ଦେବ ଭକ୍ତଙ୍କ କାନ୍ଧରେ ସୁସଜ୍ଜିତ ବିମାନରେ ଗାଁ ପରିକ୍ରମା କରି ଆଶିଷ ପ୍ରଦାନ କରିଥିଲେ।

ଏହି ମେଳଣ ରେ ଆଖ ପାଖ ଗ୍ରାମର ପ୍ରାୟ ପନ୍ଦରରୁ ଉର୍ଦ୍ଧ୍ବ ଠାକୁର ସୁସର୍ଜିତ ଦୋଳ ବିମାନରେ ଆସି ଯୋଗ ଦେଇଥିଲେ । ଗୁରୁବାର ସନ୍ଧ୍ୟାରେ ଭକ୍ତିମୟ ପରିବେଶରେ ଠାକୁରଙ୍କ ଦିଅଁ ମେଳଣ ଅନୁଷ୍ଠିତ ହୋଇଥିଲା। ଦିଅଁ ମେଳଣ ପରେ ଠାକୁରମାନେ ବିମାନରେ ନିଜ ନିଜ ଗ୍ରାମକୁ ଫେରିଥିଲେ।

Advertisement

Leave a Reply

Your email address will not be published. Required fields are marked *