Advertisement

ଖୋର୍ଦ୍ଧା: କିଛି ଦିନ ହେବ ଲଗାତାର ଭାବେ, ଓଡ଼ିଶାରେ ଥିବା ବିଭିନ୍ନ ରେଳ ଷ୍ଟେସନରେ କିଛି ନା କିଛି ଦୁର୍ଘଟଣା ଘଟୁଛି। ଵାହାନଗା ରେଳ ଦୁର୍ଘଟଣା ପରେ ରେଲୱେ ଉପରେ ଯେମିତି କାହାର ନଜର ଲାଗିଲା ଭଳି ଲାଗୁଛି।

ନୂଆପଡା- ଖରିଆର ରୋଡ ଷ୍ଟେସନରେ,  ପୁରୀ ଦୁର୍ଗ ଏକ୍ସପ୍ରେସ ଟ୍ରେନରୁ ନିଆଁ ବାହାରିବା ଘଟଣାକୁ 24 ଘଣ୍ଟା ନପୁରୁଣୁ, ଆଜି ପୁଣି ବାଲୁଗାଁ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ୱାଗନରୁ ପ୍ରବଳ ମାତ୍ରାରେ ଧୁଆଁ ବାହାରିଛି। ଧୂଆଁ ବାହାରୁଥିବା ଦେଖି ଲୋକମାନେ ଡରି ଯାଇଥିଲେ।

ସୂଚନା ଅନୁସାରେ ଆଜି ଅପରାହ୍ନରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ବାଲୁଗାଁ ଷ୍ଟେସନର ୨ନଂ ପ୍ଲାଟଫର୍ମରେ ଅଟକି ରହିଥିବା ବେଳେ, ଗୋଟିଏ ୱାଗନରୁ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଖବରପାଇ ତୁରନ୍ତ ଘଟଣା ସ୍ଥଳରେ ବାଲୁଗାଁ ଅଗ୍ନିଶମ ବିଭାଗ ପହଞ୍ଚି ଧୂଆଁକୁ ଆୟତ୍ତ କରିଛି। ଅତ୍ୟନ୍ତ ଗ୍ରୀଷ୍ମପ୍ରବାହ ହେଉଥିବାରୁ, ଏହି ଘଟଣା ଘଟିଥିବା କହିଛନ୍ତି ଅଗ୍ନିଶମ କର୍ମଚାରୀ।

Advertisement

Leave a Reply

Your email address will not be published. Required fields are marked *