Advertisement

ବ୍ୟୁରୋ: ଜଟଣୀରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟର ମହିଳା ମାନେ ଆଜି ଛଟ୍ ପୂଜା ପାଳନ କରିଛନ୍ତି। ପରିବାରର ସୁରକ୍ଷା ଓ ସନ୍ତାନ ମାନଙ୍କ ଶୁଭ ମାନଷି ବିବାହିତା ମହିଳା ମାନେ, ଜଟଣୀ ହାଟ ବଜାର ପୋଖରୀ ମୂଳରେ ଏହି ପର୍ଵ ପାଳନ କରିଥିଲେ।

ଉଦୟଗାମୀ ସୂର୍ଯ୍ୟ ଓ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପୋଖରୀ ପାଣି ଭିତରେ ରହି ନଡ଼ିଆ, କଦଳୀ, ବିଭିନ୍ନ ପ୍ରକାର ଫଳ, ପୂଜା ସାମଗ୍ରୀ ଆଦିକୁ ମହିଳା ମାନେ ଅର୍ଘ୍ୟ ପ୍ରଦାନ କରିଥିଲେ। ଏହି ପୂଜା ପୂଜା କରୁଥିବା ମହିଳା ମାନେ ସମ୍ପୂର୍ଣ୍ଣ ଉପବାସ ରହି ଏହି ବ୍ରତ ପାଳନ କରିଥାନ୍ତି। ବିଶେଷ କରି ସନ୍ତାନ ସନ୍ତତି ହେଉନଥିବା ମହିଳା ମାନେ ସନ୍ତାନ ଜନ୍ମ ପାଇଁ ମାନସିକ ରଖି ଏହି ପୂଜା କରନ୍ତି ବୋଲି ବ୍ରତଧାରୀମାନେ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *