Advertisement

ବ୍ୟୁରୋ: ରାତିରେ ଛାତ ଉପରେ ଶୋଇଥିବା ବେଳେ ଅସାବଧାନତା ପାଇଁ ଛାତରୁ ତଳେ ପଡି ଜଟଣୀ ବ୍ଲକ ଅଧିନ ଛତାବର ଅଞ୍ଚଳର ଜଣାଶୁଣା ସମାଜସେବୀ ସନ୍ତୋଷ କୁମାର ସାହୁଙ୍କର ବିୟୋଗ ହୋଇଛି। ସୂଚନା ଅନୁସାରେ ବୁଧବାର ରାତିରେ ସନ୍ତୋଷ ନିଜ ଘର ଛାତ ଉପରେ ଶୋଇଥିଲେ। ଛାତର ବାଡ଼ ନଥିବାରୁ  ଭୋର ସମୟରେ ସେ ଛାତ ତଳକୁ ଗଳି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ପରିବାର ଲୋକେ ହସ୍ପିଟାଲ ନେଇଥିଲେ।  ସେଠାରେ ଚିକିତ୍ସା ଚାଲିଥିବା ବେଳେ ଡାକ୍ତର ତାଙ୍କୁ  ମୃତ୍ୟୁ ଘୋଷଣା କରିଥିଲେ। ସନ୍ତୋଷଙ୍କ  ମୃତ୍ୟୁ ଖବର ପାଇ ଜଟଣୀର ବହୁ ସମାଜସେବୀ, ବିଶିଷ୍ଠ ବ୍ୟକ୍ତି, ସାମ୍ବାଦିକ, ରାଜନେତା, ଗ୍ରାମବାସୀ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *