Advertisement

ବ୍ୟୁରୋ: ଯାଜପୁର ରସୁଲପୁର ବ୍ଲକ ନିକଟ, ଜାତୀୟ ରାଜପଥ – ୧୬ରେ ଥିବା ବ୍ରିଜ ଭୁଶୁଡି ଯାଇଛି। ସୂଚନା ମୁତାବକ ୧୫ବର୍ଷ ତଳେ ଯାଜପୁର ରସୁଲପୁର ବ୍ଲକ ନିକଟରେ ଏହି ବ୍ରିଜ ନିର୍ମାଣ କରାଯାଇଥିଲା। ତେବେ ଆସି ସକାଳୁ ଏହି ବ୍ରିଜ ଦୁଇ ଖଣ୍ଡ ହୋଇ, ୧୦ ଫୁଟ ତଳକୁ ଦବିଯାଇଛି। ଯାହାଦ୍ୱାରା  ବହୁ ସମୟଧରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପରେ ଗୋଟିଏ ପଟେ ବର୍ତ୍ତମାନ ଗାଡି ଚଳାଚଳ କରୁଛି। ବ୍ରିଜର ଉଭୟ ପାର୍ଶ୍ଵରେ ଗାଡିର ଲମ୍ବା ଲାଇନ ଲାଗି ରହିଛି। ଏହି ବ୍ରିଜ ଭୁଶୁଡିବା ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇଥିବା ହସ୍ତଗତ ହୋଇନାହିଁ। ପୋଲିସ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନିମ୍ନ ମାନର କାମ ହୋଇଥିବାରୁ ଏହି ବ୍ରିଜ ଭୁଶୁଡି ଥିବା ଅଭିଯୋଗ କରିଛନ୍ତି ଜନସାଧାରଣ।

Advertisement

Leave a Reply

Your email address will not be published. Required fields are marked *