Advertisement

ଜଟଣୀ: ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ, ଆଜି ଜଟଣୀ ପଞ୍ଚାୟତ ସମିତି ସଭା ଗୃହରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସମୁଦାୟ ୪୯ଟି ଅଭିଯୋଗ ଜନସାଧାରଣ କରିଥିଲେ। ସେଥିମଧ୍ୟରୁ ୫ଟି ଅଭିଯୋଗର ଫଇସଲା ଜିଲ୍ଲାପାଳ ତୁରନ୍ତ କରିଥିଲେ ।

ଏହି ଜନଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା , ଉପଜିଲ୍ଲାପାଳ ଭୁବନେଶ୍ୱର ଦେବବ୍ରତ ସାହୁ, ଜଟଣୀ ବିଡ଼ିଓ ସରୋଜ କୁମାର ରାଉତ, ଜଟଣୀ ତହସିଲଦାର ରୁମାନା ଜାଫ୍ରି, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ମଧୁସ୍ମିତା ନନ୍ଦ, ଜଟଣୀ ପୋୖର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି, ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ  ବଳିଆରସିଂ, ଜଟଣୀ ମେଡିକାଲ ଅଫିସର ଡ଼ ଜିତେନ୍ଦ୍ର ପଣ୍ଡା, ବ୍ଲକ ଅଧକ୍ଷ୍ୟା ଜୟନ୍ତୀ ଛୋଟରାୟ, ଜଟଣୀ ପୌର ପରିଷଦ ଅଧକ୍ଷ ଅନନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅଭିଯୋଗ ଶିବିରକୁ ଆସିଥିବା, ଜଟଣୀ କୁସୁମାଟି ଗ୍ରାମର ବୀର କିଶୋର ବାରିକ,କହିଛନ୍ତି ସେ ଗୋଟିଏ ଅଭିଯୋଗକୁ ନେଇ ଚାରି ଥର ଆସିଲେଣି, କିନ୍ତୁ କାମ କିଛି ହେଉନାହିଁ। ଜଟଣୀ ତହସିଲ ଅଧିନ ଛଣଘର ମୌଜାରେ ଥିବା ସରକାରୀ ଜମି ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିକୁ, ମାଫିଆ ମାନେ ଦଖଲ କରି ପ୍ଳଟିଂ କରି ବିକ୍ରି କରୁଥିବା, ଅଭିଯୋଗ ସେ ଚାରିଥର ଜନ ଶୁଣାଣୀରେ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ, ତାଙ୍କ ଅଭିଯୋଗର ସମାଧାନ ହୋଇପାରିଲା ନାହିଁ। ଏହାକୁ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ତାଙ୍କର ବଚସା ହୋଇଥିଲା।

Advertisement

Leave a Reply

Your email address will not be published. Required fields are marked *