Advertisement

ବ୍ୟୁରୋ: ଘର କାମ କରିବାକୁ ସେବିକା ରଖିଛନ୍ତି କି? ତେବେ ହେଇଯାନ୍ତୁ ସାବଧାନ। ନିଜ ମୋବାଇଲ ଆଉ ବ୍ୟାଙ୍କ ତଥ୍ୟକୁ ସେବିକାଙ୍କ ଠାରୁ ରଖନ୍ତୁ ଦୂରରେ। ନହଲେ ଆପଣ ବି ହୋଇପାରନ୍ତି ସେବିକାଙ୍କ ଲୁଟ୍ ର ଶିକାର। ଜଣେ ସେବିକାଙ୍କ ଲୁଟ୍ ର ଶିକାର ହୋଇଛନ୍ତି ଗୃହ ମାଲିକ ଲକ୍ଷ୍ମୀକାନ୍ତ ମହାପାତ୍ର । ଜଣେ ମହିଳା ନିଜକୁ ଅସହାୟ, ଚଳିବାକୁ  ଅସମର୍ଥ ମତେ ସାହାଯ୍ୟ କରନ୍ତୁ କହି, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନ ଅଲାଇଡିହ ଗ୍ରାମର ୭୦ ବର୍ଷୀୟ ବୃଦ୍ଧ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଘରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ।

କାମ କରିବାର ଦୁଇ ମାସ ମଧ୍ୟରେ ସେ ୧୩ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଲେ। ପରେ ଲଷ୍ମୀକାନ୍ତ ଲୁଟ୍ ର ଶିକାର ହୋଇଥିବା ଜାଣିବା ପରେ । ବ୍ୟାଙ୍କରୁ  ଲୁଟ୍ ର ସମସ୍ତ ତଥ୍ୟ କାଢି ଜାଣିବାକୁ ପାଇଲେ, ସେ ଟଙ୍କା ସବୁ ତାଙ୍କ ଘରେ ରୋଷେୟା ଭାବେ କରୁଥିବା ସେବିକାଙ୍କ ଆକାଉଣ୍ଟ ଓ ଅନ୍ୟ ମାନଙ୍କ ଆକାଉଣ୍ଟକୁ ଯାଇଅଛି। ପରେ ଲଷ୍ମୀକାନ୍ତ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ସେବିକାଙ୍କୁ ଗିରଫ କରି କୌର୍ଟ ଚାଲାଣ କରିଛି। ଅଭିଯୁକ୍ତ ସେବିକା ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ ଗ୍ରାମର ରେଖା ବେହେରା ।

Advertisement

Leave a Reply

Your email address will not be published. Required fields are marked *