Advertisement

ବ୍ୟୁରୋ, ୦୫/୦୨: ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ନଦୀ ରେ ବୁଡ଼ି ୨ ଛାତ୍ରଙ୍କ ଅକାଳ ବିୟୋଗ ହୋଇଛି। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ, ରଙ୍ଗବଜାର ନିକଟରେ ଘଟିଛି ଏହି ଘଟଣା। ସରସ୍ବତୀ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ କୁଆଖାଇ ନଦୀରେ ବୁଡ଼ିଯାଇ ୨ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଆଜି ସକାଳେ ସରସ୍ବତୀ ମୂର୍ତ୍ତି ବିସର୍ଜନ ପାଇଁ ପିଲାମାନେ ଆସିଥିବା ବେଳେ କୁଆଖାଇର ଗଭୀର ଗଣ୍ଡରେ ବୁଡ଼ି ଯାଇଥିଲେ।  ଖବର ପାଇ ବାଲିଅନ୍ତା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ଦୁଇ ଜଣଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲା। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ ସୂଚନା ଅନୁସାରେ ୨ ମୃତକ ହେଲେ ଭୁବନେଶ୍ୱର ୟୁନିଟ ୬ କାଳୀମନ୍ଦିର ଅଞ୍ଚଳର ଦିବ୍ୟଜ୍ୟୋତି ମହାଲିକ ଏବଂ ୟୁନିଟ ୬ ଗଙ୍ଗନଗର ଅଞ୍ଚଳର ସିକୁନ ସେନାପତି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

Advertisement

Leave a Reply

Your email address will not be published. Required fields are marked *