Advertisement

ବ୍ୟୁରୋ: ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନର ଅଟ୍ରି ଠାରେ ଆଜି ଆନୁଷ୍ଠାନିକ ଭାବେ ନୂତନ ଯାତ୍ରୀ ପାସେଞ୍ଜର ହଲ୍ଟ  ଉଦଘାଟନ ହୋଇଛି।

ଏହି ଉତ୍ସବରେ ଭୁବନେଶ୍ୱରର ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବେଗୁନିଆ ବିଧାୟକ ପ୍ରଦିପ କୁମାର ସାହୁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ସହ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ. ଏସ. ବଜୱା ଯୋଗଦେଇଥିଲେ।

ଆଜି ଅଟ୍ରି ପାସେଞ୍ଜର ହଲ୍ଟ ଠାରେ ପ୍ରଥମ ଟ୍ରେନ ଭାବେ ଦଶପଲ୍ଲା-ଭୁବନେଶ୍ୱର ମେମୁ ଟ୍ରେନ ରହଣି କରିଥିଲା। ଅଟ୍ରି ପାସେଞ୍ଜର ହଲ୍ଟ ନିର୍ମାଣ ପାଇଁ ପ୍ରାୟ ୫୮ଲକ୍ଷ ଟଙ୍କା ବ୍ୟୟ ହୋଇଛି। ଅଟ୍ରି ପାସେଞ୍ଜର ହଲ୍ଟ ଠାରେ ୩ଟି ଟ୍ରେନ ରହଣି ପାଇଁ ବ୍ୟବସ୍ଥା କରାଯାଇଅଛି । ଏହି ଟ୍ରେନ୍ ଗୁଡିକ ହେଉଛି ଭଦ୍ରକ-ଦଶପଲ୍ଲା-ଭଦ୍ରକ ମେମୁ,ଭୁବନେଶ୍ୱର-ଦଶପଲ୍ଲା-ଭୁବନେଶ୍ୱର ମେମୁ ଏବଂ ପୁରୀ-ଦଶପଲ୍ଲା-ପୁରୀ ମେମୁ  ପାସେଞ୍ଜର ଟ୍ରେନ ।

Advertisement

Leave a Reply

Your email address will not be published. Required fields are marked *