ବ୍ୟୁରୋ: ଖୋର୍ଦ୍ଧା ବ୍ଳକ ବାଜପୁର ପଞ୍ଚାୟତର ରାୟରଙ୍ଗ ଖେଳପଡିଆରେ ବାଜପୁର ଓ ନନ୍ଦପୁର ପଞ୍ଚାୟତର ୮ ଗୋଟି ଦଳକୁ ନେଇ ଦୀର୍ଘ ଏକ ମାସ ବ୍ଯାପି ଚାଲିଥିବା ପଞ୍ଚାୟତ ପ୍ରିମିୟର୍ ଲିଗ୍ କ୍ରିକେଟ୍ ମ୍ଯାଚ୍ ଆଜି ଉଦଯାପିତ ହୋଇଯାଇଛି। ଫାଇନାଲ୍ ମ୍ଯାଚରେ ନନ୍ଦପୁର ରୟାଲର୍ସ ଓ ଏକ୍ସଲେଣ୍ଟ୍ ଇଲେଭେନ୍ ଛତ୍ରମା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ନନ୍ଦପୁର ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ୍ ବିନିମୟରେ ୧୧୬ ରନ୍ କରିଥିଲେ। ୧୧୭ ରନର ବିଜୟ ଲକ୍ଷ ରଖି ଛତ୍ରମା ଦଳ ୧୭ ଓଭରରେ ୫୩ ରନ୍ କରି ଅଲଆଉଟ୍ ହୋଇଥିଲେ। ୬୩ ରନ ରେ ନନ୍ଦପୁର ରୟାଲର୍ସ ମ୍ଯାଚରେ ଚମ୍ପିୟାନ ହୋଇଥିଲା। ଆଶିଷ୍ ଅଭିଷେକ୍ ବେହେରା ଦୁଇଟି ଉଇକେଟ୍ , ୨ଟି କ୍ଯାଚ୍ ଏବଂ ୩୦ ରନ୍ କରି ମ୍ଯାନ୍ ଅଫ ଦି ମ୍ଯାଚ ବିବେଚିତ ହୋଇଥିଲେ।

ଉଦଯାପିତ ଉତ୍ସବରେ ମୁଖ୍ୟଅତିଥି ଭାବେ ମହାକାଳୀ ଅଟା କଳ (କାମ୍ଯା)ର ସତ୍ବାଧିକାରୀ ବିଜୟ କୁମାର ଚୌଧୁରୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ  ଶ୍ରୀରଂଜନ ମଙ୍ଗରାଜ, ଅକ୍ଷୟ କୁମାର ଦାଶ, ନନ୍ଦପୁର ସରପଞ୍ଚ ବିପ୍ଳବ ବଳିୟାର ସିଂହ, ଜଗନ୍ନାଥ ସ୍ପୋର୍ଟସର ପ୍ରୋପାଇଟର୍ ସନ୍ତୋଷ କୁମାର ସାହୁ, ନନ୍ଦପୁର ବଣିକ ସଂଘର ସଭାପତି  ଚିତ୍ରସେନ ଜଗଦ୍ଦେବ ପ୍ରମୁଖ ଯୋଗଦେଇଥିଲେ। ପ୍ରିମିରଲିଗ୍ ର ଅଧ୍ୟକ୍ଷ ତଥା ବାଜପୁର ସରପଞ୍ଚ, କେଦାରେଶ୍ବର ପୃଷ୍ଟି , ସମିତିସଭ୍ଯ ଦ୍ବାରିକାନାଥ ମହାନ୍ତି ସଂଯୋଜନା କରିଥିଲେ। ଆୟୋଜିତ ମ୍ଯାଚରେ ଅମ୍ପେର୍ୟାସ ଭାବେ ଟୁଲୁ ପରିଡା ଓ ସିଲୁ ପରିଚାଳନା କରିଥିଲେ। ଶୁସାନ୍ତ ଖଟେଇ,  ସ୍ମୃତି ସୌରଭ ସାହୁ, ରାହୁଲ୍ ମହାରଥି, ସୌମ୍ୟରଂଜନ ଦାସ,ଭୀମରାଜ୍ , ମନସିଜ ଦାସ ପ୍ରମୁଖ ଖେଳରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *