ବ୍ୟୁରୋ: ଭୁବନେଶ୍ୱର ରେଳ ଷ୍ଟେସନରୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାକୁ ଆଜି ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ୍ । ଏହି ଟ୍ରେନରେ ପ୍ରଥମ ଦିନରେ ୧୪୦୦ ଶ୍ରଦ୍ଧାଳୁ ଯାତ୍ରା କରିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲପତାକା ହଲାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି । ଶ୍ରଦ୍ଧାଳୁମାନେ କିପରି ସୁବିଧାରେ ଅଯୋଧ୍ୟା ଯାଇ ରାମଲାଲାଙ୍କ ଦର୍ଶନ କରିପାରିବେ ସେଥିପାଇଁ ଏହି ସ୍ପେଶାଲ ଟ୍ରେନର ବ୍ୟବସ୍ଥା ହୋଇଛି । ଆସ୍ଥା ସ୍ପେଶାଲ ଟ୍ରେନରେ ୨୦ଟି ସ୍ଲିପର କୋଚ୍ ରହିଥିବା ବେଳେ ପ୍ରତି କୋଚରେ ୭୨ଟି ସିଟ୍ ରହିଛି ।

Leave a Reply

Your email address will not be published. Required fields are marked *