ବ୍ୟୁରୋ: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୦ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ବେଚ୍ଛାସେବୀ ସଂଗଠନ କର୍ମ ମନ୍ଦିର ପକ୍ଷରୁ ଜଟଣୀ ସ୍ବସ୍ତି ଜ୍ୟୋତି ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଣାମ ମା ରମାଦେବୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କର୍ମ ମନ୍ଦିର ଅଧ୍ୟକ୍ଷା ସବିତା ରାୟଙ୍କ ସଭା ସଞ୍ଚାଳନା କରିଥିଲେ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ ସବିତା ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ମା ରମାଦେବୀ ଚେୟାର ପ୍ରଫେସର୍ ଡ଼ଃ ସୁଚେତା ପ୍ରୀୟବାଦିନି, ସମ୍ମାନୀତ ଅତିଥି ଭାବେ ସଂଚାଳିକା କସ୍ତୁରବା ଗ୍ରାମସେବା କେନ୍ଦ୍ର ବେରବୋଇର ସୁଶ୍ରୀ କବିତା ପରିଡ଼ା, ଅନ୍ୟତମ ସମ୍ମାନୀତ ଅତିଥି ଭାବେ  ସମ୍ପାଦିକା ଭାରତୀୟ ସ୍ତ୍ରୀ ଶକ୍ତି ଚନ୍ଦନା ଦାସ ଯୋଗଦେଇଥିଲେ । ଅତିଥି ମାନେ ମା ରମାଦେବୀଙ୍କ ଆତ୍ମ ଜୀବନୀ ଉପରେ ଆଲୋଚନା କରିଥିଲେ। ମା’ ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଅତିଥିମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ଗଙ୍ଗାଧର ବରାଳ, ମନୋଜ୍ ମିଶ୍ର, ପ୍ରଶାନ୍ତ ପ୍ରଧାନ, ତିରୁପତି ଶତପଥୀ, ପ୍ରଦୀପ ଜେନା, ରିନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *