ବ୍ୟୁରୋ:  ଜଟଣୀ ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ବର୍ଷିକ ଉତ୍ସବ ଷଣ୍ଢପୁର ସ୍ଥିତ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭୁବନେଶ୍ୱର ଆଇଆଇଟିର କୂଳସଚିବ ବାମଦେବ ଆଚାର୍ଯ୍ୟ ଯୋଗ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ନବଦୟ ବିଦ୍ୟାଳୟର ପ୍ରିନ୍ସିପାଲ କବିତା କର ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିତା ନାଥ, ଜଟଣୀ ପୌର କାର୍ଯ୍ୟନିବାହୀ ଅଧିକାରୀ ଦିଲୀପ ମହାନ୍ତି, ଆଦର୍ଶ ବିଦ୍ୟାଳୟ ନୋଡାଲ ଅଫିସର ଭକ୍ତି ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ପ୍ରିନ୍ସିପାଲ ହରେକୃଷ୍ଣ ମହାପାତ୍ର ଉତ୍ସବକୁ ଅଧକ୍ଷତା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ ନିଜ ଅଭିଭାଷଣରେ ପିଲାମାନଙ୍କୁ କହିଥିଲେ, ଭବିଷ୍ୟତକୁ ଲକ୍ଷ୍ୟ ରହି ନିଜକୁ ଏବେଠାରୁ ପ୍ରସ୍ତୁତ କରିବା ଦରକାର। ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *