Advertisement

ବ୍ୟୁରୋ: ଜଟଣୀ ରେଲୱେ ସ୍କୁଲ ପୁରାତନ ଛାତ୍ର ସଂସଦ (ରୋଜା) ପକ୍ଷରୁ  ଷୋଡ଼ଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।

ଏହି ଉତ୍ସବରେ ରୋଜାର ସଭାପତି ଡ଼ଃ ପ୍ରସନ୍ନ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ, ଅତିଥି ଭାବେ ଖୋର୍ଦ୍ଧାରୋଡ଼ ଡିଭିଜନର ଡିପିଓ ପ୍ରମୋଦ ବେହେରା, ଏଡିଆର୍‌ଏମ୍ ଶୁଭ୍ରଜ୍ୟୋତି ମଣ୍ଡଳ, ଡ. ପ୍ରତିଭା ମହାରଥୀ, ଜି. ବିନୟ ଭୂଷଣ ଯୋଗ ଦେଇଥିଲେ । ରଞ୍ଜିତ ଦାସ ଅତିଥି ପରିଚୟ କରିଥିଲେ। ସାଧାରଣ ସଂପାଦିକା ପ୍ରଣତି ସ୍ଵାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ରୋଜାର ସ୍ମରଣିକା ‘ଆମ ସ୍କୁଲ’ ଉନ୍ମୋଚିତ ହୋଇଥିଲା ।

ବିଦ୍ୟାଳୟର ପୁରାତନ ଛାତ୍ର ଅବସରପ୍ରାପ୍ତ ଆଇଏଏସ୍ ଅଶ୍ବିନୀ ଦାସ, ନୀତି ଆୟୋଗର ଅଧ୍ୟକ୍ଷ ଜଗଦାନନ୍ଦ, ବରିଷ୍ଠ ସାମ୍ବାଦିକ ଅଶୋକ ଦାସ, ରାଧାମୋହନ ପଟ୍ଟନାୟକ, ବିନୋଦ ମିଶ୍ର, ଡ଼ଃ ସଞ୍ଜୟ ଦାସ, ସୁନୀଲ ପାଢ଼ୀ, ଆଲତାଫ୍, ଶୁଭେନ୍ଦୁ ମିଶ୍ର, କାକୋଲି ମୁନ୍ସୀ, ସୁମିତ୍ରା ପ୍ରଧାନ, ଡି.ରମେଶ, ଶିଶିର ପାଢ଼ୀ, ଡ. ତପନ ମିଶ୍ରପ୍ରମୁଖ ଯୋଗଦେଇଥିଲେ । ଶେଷରେ ଅନୁଷ୍ଠାନର ଉପସଭାପତି ସୁବ୍ରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *