Advertisement

ବ୍ୟୁରୋ: ଜଟଣୀ ରାମଚନ୍ଦ୍ରପୁର ବଜାରସ୍ଥିତ ପୋଷ୍ଟାଲ କଲୋନୀ ଠାରେ ଭଗବତୀ ଶ୍ରୀଶ୍ରୀ ବଗଳାମୁଖୀ ଦେବୀଙ୍କ ଦ୍ଵିତୀୟ ବର୍ଷିକ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ, ମାର୍ଗଶିର ମାସ ଗତ ୧ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇ ୭ତାରିଖ ଗୁରୁବାର ଦିନ ପୂର୍ଣ୍ଣାହୁତୀ ଅନୁଷ୍ଠିତ ହୋଇଯାଇଛି।

ଶୁକ୍ରବାର ଦିନ ଅଙ୍କୁରାରୋପଣ, ଶନିବାର ଶାଲାଧିବାସ, ରବିବାର ଜଳଯାତ୍ରା, ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ପ୍ରତିଦିନ ସୂର୍ଯ୍ୟପୂଜା, ଶାଲାପୂଜା, ରୁଦ୍ରଭିଷେକ, ଚଣ୍ଡୀପାଠ, ଆହୁତୀପ୍ରଦାନ, ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୁରୁବାର ସନ୍ଧ୍ୟାରେ ଯଜ୍ଞ ପୂର୍ଣ୍ଣାହୁତୀ ଆହୁତୀ ପ୍ରଦାନ ହୋଇଥିଲା।  ମା’ ବଗଳାମୁଖୀଙ୍କ ମୁଖ୍ୟ ପୂଜକ ଜଟିଆ ଭାଇନା ବିଧି ଅନୁଯାୟୀ ମା’ଙ୍କର ପୂଜାର୍ଚ୍ଚନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *