ବ୍ୟୁରୋ: ଓଡିଶା ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତା ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୧୧୮ତମ ଜୟନ୍ତୀ ଜଟଣୀ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘର ସଭାପତି ଆଇନଜୀବୀ ତଥା ବରିଷ୍ଠ ସାମ୍ବାଦିକ ଅବନୀ କୁମାର ରାଉତରାୟଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଛାତ୍ରଛାତ୍ରୀ ମାନଙ୍କୁ ସୁନାଗରିକ ଭାବେ ଗଢି ତୋଳିବା ପାଇଁ, ଜନସାଧାରଣଙ୍କ ସହେଯାଗରେ ଜଟଣୀରେ ହାଇସ୍କୁଲ ପ୍ରତିଷ୍ଠା କରିବା ସହ ଖୋର୍ଦ୍ଧାରେ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏହି ଅବସରରେ ବିଦ୍ୟାଳୟ କୃତି ଛାତ୍ର ମାନଙ୍କୁ ପୁରଷ୍କୃତ କରିବା ସହ ବିଦ୍ୟାଳୟର ନୂତନ ଭାବେ ଦାୟିତ୍ବ ନେଇଥିବା ପ୍ରଧାନ ଶିକ୍ଷୟିତ୍ରୀ ଝରଣା ସାଇଁଙ୍କୁ ସମ୍ବଦ୍ଧିତ କରିଥଲେ ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଜବାହରଲାଲ ସୁବୁଦ୍ଧି, କାର୍ଯ୍ୟକାରୀ ସଭାପତି ଦିବାକର ମଙ୍ଗରାଜ, ଭକ୍ତବନ୍ଧୁ ଚୌଧୁରୀ, ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, କିଶୋର ଚନ୍ଦ୍ର ପାଇକରାୟ, ରବିନ୍ଦ୍ର ପ୍ରସାଦ ମିଶ୍ର, ସାରଙ୍ଗଧର ବେହେରା, ବୈରାଗୀ ଚରଣ ଜେନା, ସୁଶାନ୍ତ ରାଉତ, ସାଶ୍ବତ କୁମାର ଜେନା, ସଞ୍ଜୟ ଜେନା, ଆଶୁତୋଷ ରାୟ, ବିଦ୍ୟାଳୟର ଶିକ୍ଷୟତ୍ରୀ ସ୍ନେହଲତା ଲେଙ୍କା, ଲକ୍ଷ୍ମୀପ୍ରିୟା ଛୋଟରାୟ, ମାରିୟାମ ସିଦ୍ଦିକ, ମଧୁଛନ୍ଦା ଭଗତ, ଗୀତାଞ୍ଜଳୀ ସାହୁ, କମଳା ଦାସ, ସ୍ୱର୍ଣ୍ଣପ୍ରିୟା ସାହୁ, ଶକୁନ୍ତଳା ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *