Advertisement

ବ୍ୟୁରୋ: ନାଗ ଚାତୁର୍ଥୀ ଦିନ ଉଇ ହୁଙ୍କା ମୂଳେ ନାଗ ଦେବତାଙ୍କୁ ପୂଜା କଲେ, ମିଳିଥାଏ କୋଟି ଜନ୍ମର ପୂଣ୍ୟ ଫଳ, ବୋଲି ରହିଛି ଲୋକମାନଙ୍କ ମଧ୍ୟରେ ବିଶ୍ୱାସ। ଜଟଣୀରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ବିବାହିତା ମହିଳା ମାନଙ୍କ ସହ ଅନ୍ୟ ସମ୍ପ୍ରଦାୟର ବିବାହିତା ମହିଳା ମାନେ, ନିଜ ପରିବାର ଓ ସାନ୍ତାନଙ୍କ ଶୁଭ ମନାଷି, ନାଗ ଚତୁର୍ଥୀରେ ନାଗ ଦେବତାଙ୍କୁ ପୂଜା କରିଥାନ୍ତି। ଦୀପାବଳି ଅମାବାସ୍ୟାର ଚାରି ଦିନ ପରେ ଏହି ପୂଜା ପାଳିତ ହୋଇଥାଏ । ସକାଳୁ ମହିଳା ମାନେ ଉଇ ହୁଙ୍କା ନିକଟରେ କ୍ଷୀର, ପୁଷ୍ପ , ଧୂପ , ଦୀପ, ନୈବେଦ୍ୟ ଦେଇ ନାଗ ଦେବତାଙ୍କୁ ପୂଜା ଅର୍ଚ୍ଚନା କରିଛନ୍ତି। ଜଟଣୀ ଇଲେକ୍ଟ୍ରି ଅଫିସ ନିକଟ ବାବା ଆଖଣ୍ଡଳମଣୀ ମନ୍ଦିରର ପ୍ରବେଶ ଦ୍ୱାରରେ ରହିଥିବା ନାଗ ଦେବତାଙ୍କ ମୂର୍ତ୍ତିକୁ ପୂଜା କରିବା ପାଇଁ ଆଜି ବହୁ ଭକ୍ତ ମାନଙ୍କର ଗହଳି ଲାଗିଥିଲା। ମନ୍ଦିରର ପୂଜାରୀ ସୁରେନ୍ଦ୍ର ମହାପାତ୍ର ବିଧି ଅନୁଯାୟୀ ନାଗ ଦେବତାଙ୍କୁ ପୂଜା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *