Advertisement

ବ୍ୟୁରୋ: ଜଟଣୀ ବ୍ଲକ ଅଧୀନ ପଞ୍ଚୁପଲି ପଞ୍ଚାୟତର ଜଣେ ଚାଷୀ ବିଲରେ ଧାନ ରୋଇବା ସମୟରେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଛି । ଚାଷୀ ଜଣଙ୍କ ହେଉଛନ୍ତି ହୃଦାନନ୍ଦ ପାଇକରାୟ। ସୂଚନା ମୁତାବକ ହୃଦାନନ୍ଦଙ୍କ ସହ  ୧୦ରୁ ଅଧିକ ଚାଷୀ, ଆଜି ପଞ୍ଚୁପଲ୍ଲୀ ପଞ୍ଚାୟତ ସାନ ନୂଆଗାଁରେ ଧାନ ରୁଆ କାର୍ଯ୍ୟ କରୁଥିଲେ। ସକାଳ ସମୟରେ ପାଗ ଭଲ ଥିବା ବେଳେ, ଅପରାହ୍ନ  ସମୟରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ମାରିଥିଲା। ଏହି ସମୟରେ ହଠାତ ବଜ୍ରାଘାତ ହୃଦାନନ୍ଦଙ୍କୁ ମାରିଥିଲା। ଆଉ ସେ ତଳେ ପଡିଯାଇଥିଲେ। ପାଖରେ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ମେଡିକାଲ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *