ଜଟଣୀ, ୦୯/୧୦: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୫୯ତମ ଜୟନ୍ତୀ ଜଟଣୀ ଗୋପବନ୍ଧୁ ପାର୍କ ସ୍ଥିତ ଉତ୍କଳମଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ସକାଳେ ଅନୁଷ୍ଠିତ ହୋଇଯାଇଛି ।

ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ପୌରହିତ୍ୟ କରିଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନିସ୍ବାର୍ଥପର ସେବା ଓ ତ୍ୟାଗ ଆଜିର ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ଉପସ୍ଥିତ ଅତିଥି ମାନେ କହିଥିଲେ । ଏଣୁ ଆଜିର ଯୁବ ଓ ଛାତ୍ର ସମାଜ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ସ୍ବାଭିମାନକୁ ବଜାୟ ରଖ୍ ସମାଜରେ ସେବା ମୁଳକ କାଯ୍ୟ କରିବା ପାଇଁ ଅତିଥି ମାନେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି କାଯ୍ୟକ୍ରମରେ ବରିଷ୍ଠ ନାଗରିକ ସେବା ସଂଘର ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି, ରେଳ ଶ୍ରମିକ ନେତା ବିଜୟରାମ ମହାନ୍ତି, ବରିଷ୍ଠ ସାମ୍ବାଦିକ ରବି ସ୍ବାଇଁ, ବୈଷ୍ଣବ ବରାଳ, ଶ୍ରମିକ ନେତା ସାରଙ୍ଗ ଧର ବେହେରା, ସମାଜସେବୀ ଭକ୍ତବନ୍ଧୁ ଚୌଧୁରୀ, ରବିନ୍ଦ୍ର ପ୍ରସାଦ ମିଶ୍ର, ନିଳାମ୍ବର ମିଶ୍ର, ଆଦିନାରାୟଣ ଖଣ୍ଡୁଆଳ, ଦୁର୍ଯ୍ୟୋଧନ ସିଂ, ବିଜେପି ଜଟଣୀ ସୋମନାଥ ମଣ୍ଡଳ ସଭାପତି ବିଜୟ କୁମାର ସ୍ବାଇଁ, ବିଜୟ କୁମାର ଜେନା, ପ୍ରାଧ୍ୟାପକ ରାଜେନ୍ଦ୍ର ପ୍ରସାଦ ନାୟକ, ପ୍ରଧାନ ଶିକ୍ଷୟତ୍ରୀ ଟୁଲୁ ଦେଇ, କିଶୋର ଚନ୍ଦ୍ର ପାଇକରାୟ, ଆଡ୍ଭୋକେଟ ଶିବ ପ୍ରସାଦ ରଥ, ହବିବୁର ରହମନ, ଏମ.ଡି.ପରୱେଜ ହାଇଦର, ରଜନୀ କାନ୍ତ ପଣ୍ଡା, ଦେବେନ୍ଦ୍ର ନାୟକ, କାହ୍ନୁ ଚରଣ ମହାରଣା, ସାମାଦିକ ଶୁଭ୍ରାଂଶଂ ଭଟ୍ଟାଚାଯ୍ୟ, ପ୍ରମୁଖ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶେଷରେ ଅରୁଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


