ଜଟଣୀ,୮/୧୦: ରାଜଧାନୀ ଉପକଣ୍ଠ ଜଟଣୀ ବ୍ଲକ ଅନ୍ତର୍ଗତ ଯାଁଳା ଓଗାଳପଡା ଗ୍ରାମରେ ଜନ ସେବା ସଂଗଠନ ଉତ୍କଳ ସେବା ଅନୁଷ୍ଠାନ ପକ୍ଷରୁ ପଲ୍ଲୀ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଣ ମଲ୍ଲୀ ବଣରେ ଫୁଟି ମଉଳି ଯାଉଥିବା ବିଷୟ ବସ୍ତୁକୁ ନେଇ ଏବଂ ଗାଁ ତଥା ପଲ୍ଲୀରେ ବିଲୁପ୍ତ ହେବାକୁ ବସିଥିବା ପାରମ୍ପରିକ ପର୍ବ ପର୍ବାଣୀ କଳା କାରିଗରୀ ସଂସ୍କୃତିକୁ ବଞ୍ଚାଇ ରଖିବା ତଥା ପୂର୍ଣ୍ଣ ସ୍ଥାପନ କରିବା ଏହାର ମୂଳ ଲକ୍ଷ ରହିଛି।

ଅନୁଷ୍ଠାନର ସଭାପତି ବରିଷ୍ଠ ଆଇନଜୀବୀଙ୍କ ଦାତାରାମ ଅଶୋକ କୁମାର ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜଟଣୀ ଗୋଷ୍ଠୀ ଉନ୍ନୟନ ଅଧକାରୀ ବସନ୍ତ କୁମାର ହାତୀ ମୁଖ୍ୟ ଅତିଥି ଏବଂ ପ୍ରସିଦ୍ଧ କଥା ବାଚକ ତଥା ଦୟାନନ୍ଦ ଗୁରୁକୂଳର ଅଧ୍ୟକ୍ଷ ପଣ୍ଡିତ ବୀରେନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଉତ୍କଳୀୟ ପଲ୍ଲୀ ପରମ୍ପରା ଓ ସଂସ୍କୃତିର ମହାତ୍ମ୍ୟ ଏବଂ ତାର ସୁରକ୍ଷା ଉପରେ ଆଲୋକପାତ କରିଥିଲେ।ଏହି ଆଲୋଚାଚକ୍ରରେ ଅବସରପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସ୍ଥାନୀୟ ସରପଞ୍ଚ ଶ୍ରଦ୍ଧାଞ୍ଜଳି ବେହେରା ଯୋଗ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ସେବା କ୍ଷେତ୍ରରେ ବିଷ୍ଣୁ ପ୍ରସାଦ ଦଳେଇ, କଳା ଭାସ୍କର୍ଯ୍ୟ ପାଇଁ ପ୍ରସ୍ତର ଶିଳ୍ପୀ ଗୁରୁଦେବ ପାତ୍ର ଏବଂ ଡଃ ଶ୍ରୁତକିର୍ତ୍ତୀ ପଣ୍ଡାଙ୍କୁ ଶିକ୍ଷା କ୍ଷେତ୍ରରେ ନୂତନ କୀର୍ତ୍ତିମାନ ସ୍ଥାପନ କରିଥିବାରୁ ପଲ୍ଲୀ ସଂସ୍କୃତି -୨୦୨୬ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ରମାକାନ୍ତ ଦାସ, ବାଉରୀବନ୍ଧୁ ପଟ୍ଟନାୟକ, ନଳିନ ପଟ୍ଟନାୟକ, ମୁରଲୀଧର ଜେନା ବୀରବର ଜେନା, ବିକ୍ରମ ମଙ୍ଗରାଜ, ପ୍ରତିମା ପାଣିଗ୍ରାହୀ, ମୀନାକ୍ଷୀ ଦାସ, ସତ୍ୟବ୍ରତ ନାୟକ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଯାଁଳା, ମୁଣ୍ଡ ମୁହାଁଣ, ଓଗାଳପଡା, ଗୋପାଳପୁର, ରାଧାଚରଣ ପୁର ସମେତ ଆଖପାଖ ତଥା ଖୋରଧା ଜିଲ୍ଲା ଓ ଜିଲ୍ଲା ବାହାରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ।

