ଜଟଣୀ, ୬/୧୦: ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତକ ଆଜିବନ ବିପ୍ଳବୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜରେ ସଂସ୍କାର ମୁଳକ କାଯ୍ୟ କରିବାକୁ ଛାତ୍ର ଓ ଯୁବ ସମାଜ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ର ସଭାପତି ଅବନୀ କୁମାର ରାଉତରାୟ।

ସୋମବାର ପ୍ରାଣନାଥ ଫାଉଣ୍ଡେସନ ସଭାପତି ଅବନୀ କୁମାର ରାଉତରାୟଙ୍କ ପୌରହିତ୍ୟରେ ସ୍ଥାନୀୟ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୫୬ତମ ଶ୍ରାଦ୍ଧ ବାର୍ଷିକୀ କାଯ୍ୟକ୍ରମ ପାଳନ କରା ଯାଇଛି । ଏହି କାଯ୍ୟକ୍ରମରେ ଉପସ୍ଥିତ ବକ୍ତାମାନେ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠ ପଢିବା ସହିତ ସମାଜର ହିତ ସାଧନ ସହିତ ଗଠନ ମୁଳକ କାଯ୍ୟ କରିବାକୁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମାରିୟମ ସିଦ୍ଦିକା, ରେଳ ଶ୍ରମିକ ନେତା ବିଜୟରାମ ମହାନ୍ତି, ବରିଷ୍ଠ ନାଗରିକ ସଂଗଠକ ଭକ୍ତବନ୍ଧୁ ଚୌଧୁରୀ,ସମାଜସେବୀ ରବିନ୍ଦ୍ର ପ୍ରସାଦ ମିଶ୍ର, ହବିବୁର ରହେମାନ, ବି.ଭି.ରମଣା, ଯୁବ ସଂଗଠକ ଅରୁଣ କୁମାର ମହାନ୍ତି, ରଜନୀକାନ୍ତ ପଣ୍ଡା, ସୁକାନ୍ତ କୁମାର ଆଚାର୍ଯ୍ୟ, ସଂଜୟ ପ୍ରଧାନ, ମଧୁଛନ୍ଦା ଭଗତ, ରୋଜିସ୍ମିତା ଦାଶ, ଦିପିକା ପ୍ରଧାନ, ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ବିପ୍ଳବୀ ଜିବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପ୍ରାଣନାଥଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କାରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ସମାଜସେବୀ ରବିନ୍ଦ୍ର ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

