ଜଟଣୀ, ୨୭/୮: ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଭଗବତୀ ବିଦ୍ୟାଳୟ ଗୋଳବାଇର ପ୍ରଧାନ ଶିକ୍ଷୟିତ୍ରୀ ସ୍ଵସ୍ତିକା ପାଲ୍ ଯୋଗଦାନ କରି ଗୋପୂଜନ କରିଥିଲେ।

ପରେ ବିଦ୍ୟାଳୟର ଭଉଣୀମାନେ ଭାଇ ମାନଙ୍କ ହାତରେ ରାଖୀ ବାନ୍ଧିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନବୀନ କୁମାର ସେନାପତି ରକ୍ଷାବନ୍ଧନ ପରମ୍ପରା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



