Advertisement

ବ୍ୟୁରୋ: ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃତବରଣ କରିଥିବା, ବ୍ୟକ୍ତିମାନଙ୍କ ମୃତଦେହ ଗୁଡିକୁ ବାହାନଗା ସ୍କୁଲ ଘରେ ରଖାଯାଇଥିଲା।

ପରେ ମୃତଦେହ ଗୁଡିକୁ ବିଭିନ୍ନ ମେଡ଼ିକାଲକୁ ପଠାଯାଇଥିଲା। ସ୍ଥାନୀୟ ଜନସାଧାରଣ ଓ ଅଭିବାବକ ମାନେ ସ୍କୁଲ ଘରେ ମୃତଦେହ ଥିବାରୁ, କିପରି ପିଲାମାନେ ସେ ଘରେ ପାଠ ପଢିବେ ତା ଉପରେ ଚିନ୍ତିତ ଥିଲେ। ସବୁ କଥାକୁ ବିଚାର କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ ଭଙ୍ଗାଯାଉଛି ସ୍କୁଲ ଘର। ୫ଟି ଉପକ୍ରମରେ ବାହାନଗା ସ୍କୁଲ ଏବେ ଆଦର୍ଶ ସ୍କୁଲ ଭାବେ ବିକଶିତ ହେବ।

Advertisement

Leave a Reply

Your email address will not be published. Required fields are marked *