Advertisement

ବ୍ୟୁରୋ, ୦୩/୦୨: ମାଆ ବାରଭୂଜାଙ୍କ ପାଖରେ ପୂଜା ହେଲା ଶହେ ଠେଙ୍ଗା । ଏକାମ୍ର ବିଧାୟକ ବାବୁ ସିଂ ଓ ତାଙ୍କ ସମସ୍ତ ସହଯୋଗୀ ମାନେ ଆଜି ମାଙ୍କ ପାଖରେ ଠେଙ୍ଗା ପୂଜା କରିଛନ୍ତି । କାଲିଠାରୁ ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ମାଘ ମେଳା। ଏହି ମେଳାର ଅନ୍ୟତମ ଆକର୍ଷଣ ସାଜିଥାଏ ଯାତ୍ରା। ଏହା ଦେଖିବାକୁ ପାଇଁ ଦୂରଦୂରାନ୍ତରୁ ଦର୍ଶକ ମାନଙ୍କର ବେଶ ଭିଡ ଜମିଥାଏ। ହେଲେ ଏହି ନାଟକ ପରିବେଷଣକୁ ନେଇ ଚଳିତ ବର୍ଷ ବେଶ ଚର୍ଚ୍ଚା ରେ ରହିଛି ଖଣ୍ଡଗିରି ମେଳା। କାରଣ ଏହି ଯାତ୍ରପାର୍ଟିରେ ଅଭିନେତ୍ରୀ ବା ନୃତ୍ୟଶିଳ୍ପୀମାନେ ଉଲଗ୍ନ ହୋଇ ନୃତ୍ୟକୁ ବିରୋଧ କରିଛନ୍ତି ବୁଦ୍ଧିଜୀବୀ ଓ ରାଜନେତା। ଏହି ବିରୋଧରେ ସାମିଲ ହୋଇଛନ୍ତି ବିଧାୟକ ବାବୁ ସିଂ। ଯେଉଁମାନେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବେ ସେମାନଙ୍କୁ ଠେଙ୍ଗାରେ ପିଟିବାକୁ ଧମକ ଦେଇଛନ୍ତି ବିଧାୟକ ଶ୍ରୀ ସିଂ। ସେଥିପାଇଁ ଆଜି ବିଧାୟକ ନିଜର ସମର୍ଥକଙ୍କୁ ନେଇ, ମାଆ ବାରଭୂଜାଙ୍କ ପାଖରେ ଶହେରୁ ଉର୍ଦ୍ଧ ଠେଙ୍ଗା ପୂଜା କରି ପ୍ରଦର୍ଶନୀ କରିଥିଲେ ଓ ଚେତାବନୀ ଦେଇଥିଲେ ଯିଏ ମଞ୍ଚରେ ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ କରିବ ତାକୁ ଠେଙ୍ଗା ପାହର ହେବ।

Advertisement

Leave a Reply

Your email address will not be published. Required fields are marked *