ଜଟଣୀ: ଦୋକାନରେ ବସି ଗହଣା ତିଆରି କରୁଥିବା ସମୟରେ ଲାଗିଗଲା ନିଆଁ। ଅଳ୍ପକେ ବର୍ତିଲେ କାରିଗର। ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଜଟଣୀ ଅଞ୍ଚଳରେ।

ଜଟଣୀ ଥାନା ଛକରେ ଥିବା ବିଶ୍ୱନାଥ ଜୁଏଲାରୀ ଆଣ୍ଡ ୱାର୍କସପ୍ ର କାରିଗର ଦୋକାନ ଖୋଲି ଲୋକଙ୍କର ଗହଣା ଝଳେଇ କରିବା ସମୟରେ ଗ୍ୟାସ ଟାଙ୍କି ଲିକ ହୋଇ ଦୋକାନରେ  ଲାଗିଯାଇଥିଲା ନିଆଁ।

ନିଆଁର କୋପ ଅଧିକା ଥିବାରୁ ଓ ଗ୍ୟାସ ଟାଙ୍କି ଫାଟିବା ଭୟରେ କେହି ଦୋକାନ ଭିତରକୁ ପଶି ନିଆଁ ଲିଭେଇବାକୁ ସାହସ କରିପାରିନଥିଲେ। ଶେଷରେ ଜଟଣୀ ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ୍ତ କରିଥିଲେ। ସେତେବେଳକୁ ଦୋକାନର ଅଧିକାଂଶ ଜିନିଷ ପୋଡି ପାଉଁଶ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *