ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦର ତୃତୀୟ ବାର୍ଷିକ ବୈଠକ ଜଟଣୀ ମା’ ଖଣ୍ଡୁଆଳଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିଜୟ କୁମାର ଛୋଟରାୟଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଜଟଣୀ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିକାଶ ପରିଷଦ ସବୁବେଳେ କାର୍ଯ୍ୟ କରି ଆସିଛି।

ଆଗାମୀ ଦିନରେ ଜଗନ୍ନାଥ ଜମି ସମସ୍ୟା, ଫ୍ଲାଏ ଓଭର ଆପ୍ରୋଚ୍ ରୋଡ, ବସ ଷ୍ଟାଣ୍ଡ ଆଦି ସମସ୍ୟା ର କିପରି ସମସ୍ୟାର ସମାଧନ ହେବ ସେହି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ସମ୍ପାଦକ ସୁଦର୍ଶନ ସୁନ୍ଦରାୟ, ପ୍ରସନ୍ନ ପାଟଶାହାଣୀ, କୈଳାସ ମହାପାତ୍ର, ଶଶାଙ୍କ ଶେଖର ରାୟ, ବାବୁ ହୋତା, ରାଜେନ୍ଦ୍ର କୁମାର ପଟ୍ଟନାୟକ, ବିଜୟ ପଣ୍ଡା ନିଜର ମତ ରଖିଥିଲେ। ଅନୁଷ୍ଠାନର ସଭ୍ୟ ମନୋଜ କୁମାର ସ୍ୱାଇଁ, ପ୍ରଶାନ୍ତ ମିଶ୍ର, ଅମରେଶ ନାୟକ, ପଞ୍ଚାନନ ମହାପାତ୍ର, ସୁଧୀର କୁମାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ସୁଶାନ୍ତ କୁମାର ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *