Advertisement

ବ୍ୟୁରୋ: ଜଟଣୀ ପାତ୍ରପଡ଼ାସ୍ଥିତ ଧନୁଯାତ୍ରା ପଡ଼ିଆରେ ଗତ ୧୦ତାରିଖରୁ ଆରମ୍ଭ ହୋଇଥିବା ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ମଦନମୋହନ ନାଟ୍ୟ କଳା ସଂସଦର କଳାକାରଙ୍କ ପକ୍ଷରୁ ଅନ୍ତିମ ଦିବସରେ କଂସ ବଦ୍ଧ ନାଟକ ପରିବେଷଣ ହୋଇଥିଲା।

ଏହା ସହ କଂସ ପୋଡି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ର ସଭ୍ୟମାନେ ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବକୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *