ବ୍ୟୁରୋ: ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ଅନନ୍ତବିହାର ୱେଲଫେୟାର ଆସୋସିଏସନ ଓ ଯୋଗ କମିଟି ପକ୍ଷରୁ  ଅନନ୍ତବିହାର ବିଡିଏ ପାର୍କରେ ଓଡ଼ିଆ ନବ ବର୍ଷ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ହୃଦୟ ବଲ୍ଲଭ ସାମନ୍ତରାୟ , ଅନନ୍ତବିହାର ୱେଲଫେୟାର ଆସୋସିଏସନ ର ସଭାପତି ଅମଲେଦୁ ଶତପଥୀ , ସମ୍ପାଦକ ଦିଗାମ୍ବର ସାହୁ , ଉପସଭାପତି  ଦିଲୀପ ସାହୁ , କୋଷାଧ୍ୟକ୍ଷ ହର୍ଷବର୍ଦ୍ଧନ ସର,  ସାଧନା ଆର୍ଟ ଆଣ୍ଡ କଲଚର ଅନୁଷ୍ଠାନର ସଂପାଦିକା ଶୀମତୀ ସାଳୀନି ବିଶ୍ବାଳ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ପୋଖରୀପୁଟ ସ୍ଥିତ କଳା ଓ ସଂସ୍କୃତି ଭିତ୍ତିକ ପୁରାତନ କଳା ଅନୁଷ୍ଠାନ ସାଧନା ଆର୍ଟ ଆଣ୍ଡ କଲଚର ର ଅଧକ୍ଷ ତଥା ଗୁରୁ ସୁଧାଂଶୁ ବିଶ୍ୱାଳଙ୍କ ତତ୍ୱାବଧାନ ରେ ଅନୁଷ୍ଠାନର  ଛାତ୍ର ଛାତ୍ରୀ ମାନଙ୍କୁ ଦ୍ୱାରା  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୁବ ଗୀତିକାର କୁମାର ଲିଟନ ମଞ୍ଚ ପରିଚାଳନା କରିଥିଲେ ।

ଏହି  କାର୍ଯ୍ୟକ୍ରମକୁ ଶୁଭେନ୍ଦୁ ବିଶ୍ୱାଳ, ସରୋଜ ମିଶ୍ର, ସସ୍ମିତା ପଟ୍ଟନାୟକ , କାଦମ୍ବିନୀ ବିଶ୍ୱାଳ,ଶାଳିନୀ ବିଶ୍ୱାଳ, ତନୁଶ୍ରୀ ନାୟକ, ସୁଲୋଚନା ଜେନା, ଲଷ୍ମୀପ୍ରିୟା ସେଠି, ମୋନାଲିଶା ରଥ, ସାଗରୀକା ପୁହାଣ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *