Advertisement

ବ୍ୟୁରୋ: ବାଲେଶ୍ୱର ବାହାନଗାରେ ଘଟିଥିବା ବଡ଼ ଟ୍ରେନ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ରହିଥିଲେ।

ଅନେକ ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତି ରହିଥିଲେ। ଦୁର୍ଘଟଣାର କାରଣ ବିଷୟରେ ପ୍ରଧାନମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ସମସ୍ତ ମୃତକ ମାନଙ୍କ ଆତ୍ମାର ସଦଗତି ପାଇଁ ପାର୍ଥନା କରିବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି, ତା ସହ ମେଡିକାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି ପ୍ରଧାନମନ୍ତ୍ରୀ।

Advertisement

Leave a Reply

Your email address will not be published. Required fields are marked *