Advertisement

ଜଟଣୀ,୨୨/୬: ଖୋର୍ଦ୍ଧା ଜିଲ୍ଲା ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଏକାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର “ପଦ୍ମାସନା” ଅତିଥି ମାନଙ୍କ ଦ୍ୱାରା ଶୁଭ ଉନ୍ମୋଚିତ ହୋଇଯାଇଛି ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୋଟାରୀଆନ ତଥା ବିଶିଷ୍ଟ ଯୋଗ ଶିକ୍ଷକ ଆଦିନାରାୟଣ ଖଣ୍ଡୁଆଳ, ସମ୍ମାନିତ ଅତିଥି ଭାବେ କେ. ରାମାରାଓ ଯୋଗଥିଲେ। ପ୍ରତିଦିନ ଯୋଗ କରିବା ଦ୍ୱାରା ମଣିଷ କିପରି ସୁସ୍ଥ ଓ ନିରୋଗୀ ରହିବ ସେହି ବିଷୟରେ ଅତିଥିମାନେ କହିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ଅତିଥି ପରିଚୟ ପ୍ରଦାନ ସହ ଯୋଗ କରିବା ଦ୍ୱାରା ମଣିଷ ଜୀବନରେ କଣ ସବୁ ପରିବର୍ତ୍ତନ ଆସିଥାଏ ସେ ବିଷୟରେ କହିଥିଲେ।

ଯୋଗଶିକ୍ଷା ଶିଶୁ ମନ୍ଦିରର ଏକ ଅନିର୍ଵାର୍ଯ୍ୟ ବ୍ୟବସ୍ଥା ଯାହା ପାଠ୍ୟକ୍ରମରେ ସାମିଲ ହୋଇଥିବା ସୂଚନା ପ୍ରଦାନ କରିଥିଲେ। ବିଦ୍ୟାଳୟର ସଭାପତି ପ୍ରସନ୍ନ ରଥ, ଉପସଭାପତି ସରୋଜ ବଳିୟାରସିଂହ, ଯୁଗ୍ମ ସମ୍ପାଦକ ପ୍ରୀତମ ମିଶ୍ର ଯୋଗ ଉପରର ନିଜର ମତ ରଖିଥିଲେ । ଶେଷରେ ଅତିଥିମାନେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର “ପଦ୍ମାସନା” ଉନ୍ମୋଚିତ କରିଥିଲେ। ଅତିଥି, ବିଦ୍ୟାଳୟର ଛାତ୍ର ଛାତ୍ରୀ, ଗୁରୁଜୀ ଗୁରୁମା, ଅଭିଭାବକ, ଶୁଭେଛୁ ମାନେ ଏକାଠି ଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *