Advertisement

ବ୍ୟୁରୋ : କୋଭିଡ ଛଡେଇ ନେଇଥିଲା ପିଲାମାନଙ୍କ ଠାରୁ ତାଙ୍କ ମାଆ ଡାକ। ଏବେ କିନ୍ତୁ ମାଆ ଡାକରେ ଫାଟୁଛି ଘର। ବ୍ରହ୍ମପୁର ଅଞ୍ଚଳର ଯୁବ ବ୍ୟବସାୟୀ ପ୍ରଶାନ୍ତ ନାୟକ କୋଭିଡରେ ପତ୍ନୀଙ୍କୁ ହରାଇଥିଲେ । ସେବେଠାରୁ ତାଙ୍କ ଘରେ କାହା ଆଖିରୁ ଶୁଖୁ ନଥିଲା ଲୁହ। ମାଆକୁ ମନେ ପକେଇ ପିଲାମାନେ ସବୁବେଳେ ମନ ଦୁଃଖରେ ରହୁଥିଲେ। ପିଲାମାନଙ୍କ ମୁହଁରେ ହସ, ଆଉ ଘରକୁ ଖୁସୀ ଆଣିବା ପାଇଁ ଘରକୁ ପତ୍ନୀଙ୍କ ସ୍ମୃତିରେ ସିଲିକନ ପ୍ରତିମୂର୍ତ୍ତି ଆଣିବାକୁ ଚିନ୍ତା କଲେ ପ୍ରଶାନ୍ତ ।

ସେ ୟୁଟୁବରେ ସିଲିକନ ପ୍ରତିମୂର୍ତ୍ତି ବିଷୟରେ ଜାଣିବାକୁ ପାଇଥିଲେ। ସେଥିପାଇଁ ପ୍ରଶାନ୍ତ ପ୍ରାୟ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରକୁ ପତ୍ନୀଙ୍କ ସିଲିକନ ପ୍ରତିମୂର୍ତ୍ତି ଆଣିଛନ୍ତି। ସିଲିକନ ପ୍ରତିମୂର୍ତ୍ତି ଦେଖିବାକୁ ଥିଲା ଜୀବନ୍ତ ପରି। ପିଲାମାନେ ଘରେ ମାଆ ଙ୍କର ସିଲିକନ ପ୍ରତିମୂର୍ତ୍ତି ଦେଖି ଏବେ ବହୁତ ଖୁସି ଥିବା କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *