Advertisement

ବ୍ୟୁରୋ: ଆଶା ଦିଦି ଶିବାନୀଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ଶୁଅ।ମୁଖ୍ୟମନ୍ତ୍ରୀ ଠୁ ଆରମ୍ଭ କରି ନେତା ପ୍ରଶାସକ, ଜନସାଧାରଣ ଶିବାନୀ ଦିଦି ଙ୍କୁ ଜଣାଉଛନ୍ତି ଶୁଭେଚ୍ଛା।

ବାତ୍ୟା ଦାନା ଆସିବା ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଖାସମୁଣ୍ଡା ଗ୍ରାମର ଆଶା ଦିଦି ଶିବାନୀ ମଣ୍ଡଳ ଜଣେ ବୃଦ୍ଧାଙ୍କୁ ନିଜ ପିଠିରେ ନାଉ କରି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଯାଉଥିବାର ଦୃଶ୍ୟ ସମସ୍ତିଙ୍କୁ କରିଥିଲା ଆଶ୍ଚର୍ଯ୍ୟ।

ପବନ, ବର୍ଷା ମାଡ଼କୁ ଖାତିର ନ କରି ଶିବାନୀ ଦିଦି ବୃଦ୍ଧାଙ୍କୁ ନିଜ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲେ। ଏହା ସହ ଅନ୍ୟ ୭ ଜଣ ବୃଦ୍ଧବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇବା ସହ କିଛି ଗର୍ଭବତୀ ମହିଳାଙ୍କୁ ମଧ୍ଯ ହସ୍ପିଟାଲରେ ପହଞ୍ଚାଇଥିଲେ।

Advertisement

Leave a Reply

Your email address will not be published. Required fields are marked *