Advertisement

ବ୍ୟୁରୋ: ଜଟଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ପ୍ରଚାର କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା। ସକାଳେ ସମର୍ଥକଙ୍କୁ ଧରି ବିରାଟ ଶୋଭାଯାତ୍ରା କରି ଜଟଣୀ ପୌରାଞ୍ଚଳର ବିଭିନ୍ନ ୱାଡ଼ ବୁଲିଥିଲେ ସନ୍ତୋଷ। ଅପରାହ୍ନରେ ଖୋର୍ଦ୍ଧା ବ୍ଲକ କେରଙ୍ଗ ଅଞ୍ଚଳରେ ଭୁବନେଶ୍ୱର ସାଂସଦ ପାର୍ଥୀ ୟାସିର ନୱାଜଙ୍କୁ ଧରି ଜଟଣୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା ପଦଯାତ୍ରା କରି ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ। ଶୋଭାଯାତ୍ରାରେ ସନ୍ତୋଷ କହିଥିଲେ ସେ ଜିତିବା ପରେ ଚାଷୀ ମାନଙ୍କ ପାଇଁ ଜଳ ଯୋଗାଣ ସୁବିଧା, ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ସୁବିଧା , ଜଟଣୀ ଅଞ୍ଚଳରେ ଗଢି ଉଠିଥିବା ବିଭିନ୍ନ ଘରୋଇ ସଂସ୍ଥାରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି, ଆଦିବାସୀ ମହିଳା ମାନଙ୍କୁ ସମ୍ମାନ, ଜଗନ୍ନାଥ ଜମିର ସମସ୍ୟା ସମାଧାନ ଆଦି ର ପ୍ରଥମେ କରିବେ। ଶୋଭାଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ  ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନାଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ ଲୋକ ମାନଙ୍କୁ ନିବେଦନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *