Advertisement

ବ୍ୟୁରୋ:  ଜଟଣୀ ସେଞ୍ଚୁରୀୟାନ ବିଶ୍ୱବିଦ୍ୟାଳୟ ନିକଟରେ ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଛି। ଗତ ୦୧ ତାରିଖରେ ଅଙ୍କୁରାରୋପଣ ପୂଜା ଅନୁଷ୍ଠିତ ହୋଇଥିଲା।

ଦ୍ୱିତୀୟ ଦିବସରେ ଜଳ ଯାତ୍ରା, ସୂର୍ଯ୍ୟ ପୂଜା,ଶାଲା ପୂଜା,ମଣ୍ଡପ ସଂସ୍କାର ସହିତ ଅଗ୍ନି ସ୍ଥାପନ କରାଯାଇଥିଲା। ତୃତୀୟ ଦିବସରେ ଦେବତା ଜନ୍ମ, ଦେବତା ସ୍ନାନ, ମନ୍ଦିର ସ୍ନାନ ଓ ଦେବତାଙ୍କ ଶୟନ ନୀତି ଅନୁଷ୍ଠିତ ହୋଇଥିଲା । ଚତୁର୍ଥ ଦିବସରେ ବିଗ୍ରହ ପ୍ରତିଷ୍ଠା, ନ୍ୟାଶ, ନବଯୌବନ ଦର୍ଶନ, ଶନିଶ୍ଚର ଦେବଙ୍କ ସହଶ୍ର ଆହୁତି ପ୍ରଦାନ କରାଯାଇଥିଲା।

ଶେଷ ଦିବସରେ ଦେବତାଙ୍କ ନଗର ପରିକ୍ରମା କରାଯାଇ ଗର୍ଭ ଗୃହ ପ୍ରବେଶ ଓ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ଏହି ମନ୍ଦିରରେ ଭକ୍ତମାନେ ଶ୍ରୀ ଶନିଶ୍ଚର ଦେବଙ୍କ ସହ ମା’ ଦକ୍ଷିଣକାଳୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିପାରିବେ। ଶନିଶ୍ଚରାୟ ଚାରିଟେବଲ ଟ୍ରଷ୍ଟ ଓ ଷଣ୍ଢପୁର ଗ୍ରାମବାସୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *