Advertisement

ଜଟଣୀ,୨୭/୦୭: ସମ୍ବାଦ ସାହିତ୍ୟ ଘର ଜଟଣୀ ଶାଖାର ଅଷ୍ଟମ ବାର୍ଷିକ ଉତ୍ସବ ଜଟଣୀ କଲେଜ ରୋଡ୍ ସ୍ଥିତ ୱେଲକମ୍ ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଜଗଦୀଶ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ୟଙ୍ଗ କବି ଜ୍ଞାନ ହୋତା ଯୋଗଦେଇ ଥିଲେ।

ମୁଖ୍ୟ ବକ୍ତା ଭାବେ ସମ୍ବାଦ ସାହିତ୍ୟ ଘରର ରାଜ୍ଯ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ସତ୍ୟ ସୁନ୍ଦର ମହାନ୍ତି ଯୋଗଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ସାହିତ୍ୟ ଘରର ବାର୍ଷିକ ପତ୍ରିକା ‘ ଆଖି ‘ ଉନ୍ମୋଚନ ହୋଇଥିଲା। ସ୍ନିଗଧା ସ୍ବାଇଁ ଦ୍ଵାରା ରଚିତ ପୁସ୍ତକ ଡ. ଶୁଭେନ୍ଦ୍ରମୋହନ: ସୃଷ୍ଟି ଓ ଦୃଷ୍ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା।

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୀତାକାନ୍ତ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସଂପାଦକ ଚକ୍ରଧର ରଥ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଆଶୁତୋଷ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସାହିତ୍ୟିକ ସୁକାନ୍ତି ମହାପାତ୍ର ଧନ୍ୟବାଦ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *