Advertisement

ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଠାରୁ ଶ୍ରୀମନ୍ଦିର ପରିସରରେ ହୋଇଥିଲା ଆଲୋକୀକରଣ ବ୍ୟବସ୍ଥା। କିନ୍ତୁ ନିର୍ବାଚନ ଫଳ ବାହାରିବା ପରେ ହଠାତ୍ ଅଲୋକୀକରଣ ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା। ଇଭେଣ୍ଟ ସଂସ୍ଥା ଲାଇଟ ଗୁଡିକୁ କାଢିନେଇଥିଲା। ଏହାପରେ ଭକ୍ତ ମାନଙ୍କ ମଧ୍ୟରେ ତୀଵ୍ର ଅସନ୍ତୋଷ ଭାବ ଆସିଥିଲା। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆଜି ପୁଣି ଲାଇଟ୍ ଲଗାଯାଇଛି। ପ୍ରାୟ ତିନି ଦିନ ପରେ ବଡ଼ଦେଉଳରେ ପୁଣି ଆଲୋକମାଳାରେ ଝଲସିବ। ଶ୍ରୀମନ୍ଦିର ପରିସରରେ ଲାଗିଥିବା ଆଲୋକୀକରଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରିଦିଆଯିବା ଘଟଣାର ତଦନ୍ତ ଚାଲିଛି। କାହିଁକି କାହାକୁ ନଜଣାଇ ଇଭେଣ୍ଟ ସଂସ୍ଥା ହଠାତ ଲାଇଟ କାଢିନେଲା ତାହାକୁ ନେଇ ତଦନ୍ତ ହେଉଥିବା କହିଛନ୍ତି ପୁରୀ ଜିଲ୍ଲାପାଳ।

Advertisement

Leave a Reply

Your email address will not be published. Required fields are marked *