Advertisement

ବ୍ୟୁରୋ: ଆପଣମାନେ ନିଜ ଆଧାର ନମ୍ବର ସହ, ପ୍ୟାନ୍ ନମ୍ବରକୁ ଲିଙ୍କ୍ କରିସାରିଛନ୍ତି। ଯଦି କରି ନାହାନ୍ତି, ତେବେ ଆଜି ରାତି ୧୨ ସୁଦ୍ଧା କରିଦିଅନ୍ତୁ ଲିଙ୍କ୍। ନହଲେ ଆପଣ ହୋଇପାରନ୍ତି ବିଭିନ୍ନ ଅସୁବିଧାର ସମ୍ମୁଖୀନ।

ଆଧାର ସହ ପାନ୍ ଲିଙ୍କ କରିବାର ଶେଷ ତାରିଖ ହେଉଛି ଜୁନ୍ ୩୦ ଅର୍ଥାତ୍ ଆଜି । ଆପଣ ଯଦି ୩୦ ତାରିଖ ରାତି ୧୨ ସୁଦ୍ଧା  ଲିଙ୍କ୍ ନ କରନ୍ତି । ତେବେ ଆପଣ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ନାହିଁ। ତାସହ ଆହୁରି ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ତେଣୁ ସମସ୍ତ ପ୍ରକାର ସମସ୍ୟାରୁ ରକ୍ଷା ପାଇବା ପାଇଁ । ଏବେ ନିଜର ଆଧାର ସହ ପ୍ୟାନ୍ କୁ ଲିଙ୍କ୍ କରିଦିଅନ୍ତୁ । ପାନ୍-ଆଧାର ଲିଙ୍କ୍ କରିବାର ଶେଷ ତାରିଖ ଥିଲା ମାର୍ଚ୍ଚ ୩୧ ତାରିଖ। ପରେ କେନ୍ଦ୍ର ସରକାର ଏହାକୁ ଜୁନ୩୦ ତାରିଖ ପର୍ଯ୍ୟନ୍ତ ବଢାଇଥିଲେ।

Advertisement

Leave a Reply

Your email address will not be published. Required fields are marked *