Advertisement

ଜଟଣୀ,୦୬/୦୧ : ଜଟଣୀ  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୪୦ତମ ବର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇ କହିଥିଲେ  ସମସ୍ତେ କହିବା ମୁଁ ପାରିବି, ମୋ ଦ୍ୱାରା ସବୁ ସମ୍ଭବ, ମୁଁ କରିକି ଦେଖେଇବି, ଏଭଳି ଭାବନା ନିଜ ଭିତରେ ଜାଗ୍ରତ କରିବାର ଆବଶ୍ୟକତା ଅଛି। ଆମେ କେବେ ନିଜକୁ ଦୁର୍ବଳ ଭାବିବା ନାହିଁ ।

ମୁଖ୍ୟବକ୍ତା ଭାବେ ସହପ୍ରାନ୍ତ ପ୍ରଚାରକ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଓଡିଶା ପୂର୍ବ ଅସିଦ କୁମାର ସାହୁ ଯୋଗ ଦେଇଥିଲେ। ବିଦ୍ୟାଳୟ କମିଟିର ସମ୍ପାଦକ ରାମଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନବୀନ କୁମାର ସେନାପତି ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟ କମିଟି ସଭାପତି ଏ.ଭି. ସୂର୍ଯ୍ୟନାରାୟଣ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯିବା ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ କମିଟିର କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ରଥ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *