Advertisement

ବ୍ୟୁରୋ: ହାଇଟେକ୍ ମେଡିକାଲ କଲେଜ୍ ଓ ହସ୍ପିଟାଲ ଏବଂ ଓଡିଶା ଟ୍ରାନ୍ସଜେଣ୍ଡର ମହାସଂଘ ‘ଶଖା’ ମଳିତ ସହ‌ଯୋଗରେ, ହାଇଟେକ୍ ମେଡିକାଲ କଲେଜ ପରିସରରେ ଖୋଲିଲି ଟ୍ରାନ୍ସଜେଣ୍ଡର୍‌ଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କ୍ଲିନିକ୍ ‘ପୂର୍ଣତା’। ଗୋଟିଏ ଛାତ ତଳେ ଟ୍ରାନ୍ସଜେଣ୍ଡରମାନଙ୍କର ସ୍ଵାସ୍ଥ୍ୟ ଚିକିତ୍ସାର ସମସ୍ତ ସୁବିଧା । ଏହି କ୍ଲିନିକକୁ ହାଇଟେକ୍ ଗ୍ରୁପ୍‌ର ମ୍ୟାନେଜିଙ୍ଗ୍‌ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ ଉଦ୍‌ଘାଟନ କରିବା ସହ, କହିଛନ୍ତି ସମାଜର ପ୍ରତିଟି ବର୍ଗର ଲୋକମାନଙ୍କ ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସହ, ପ୍ରତ୍ୟେକଙ୍କୁ ସ୍ଵାସ୍ଥ୍ୟ କ୍ଷେତ୍ରରେ ସାହାଯ୍ୟ ସହଯୋଗର ହାତ ବଢାଇ ଆସିଥିବା ହାଇଟେକ୍ ହସ୍ପିଟାଲ ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ଗୋଟିଏ ଛାତ ତଳେ ସମସ୍ତ ସୁବିଧା ବ୍ୟବସ୍ଥା କରିଛି।

ଓଡିଶା ସରକାରଙ୍କ ଏସ୍ଏସ୍‌ଇପିଡି ସାମାଜିକ ସୁରକ୍ଷା ବିଭାଗର ଡେପୁଟି ସେକ୍ରେଟାରୀ ସନ୍ୟାସୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଯୋଜନାକୁ ଓଡିଶା ସରକାରଙ୍କର ବିଏସକେୱାଇ ଓ ଭାରତ ସରକାରଙ୍କର ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗର ହାତ ବଢାଇ ଦେବା ପାଇଁ ଅନୁରୋଧ କରିଥିଲେ । ଏଥିରେ ହାଇଟେକ୍ ଗ୍ରୁପର ନିର୍ଦ୍ଦେଶକ ରାକେଶ କୁମାର ପାଣିଗ୍ରାହୀ, ବିଶିଷ୍ଠ ମାନସିକ ରୋଗ ଚିକିତ୍ସକ ଡ. ଅମ୍ରିତ ପଟ୍ଟଯୋଶୀ, ପୂର୍ଣ୍ଣତାର ସେକ୍ରେଟାରୀ ଡ. ଅଶୋକ ଆଚାର୍ଯ୍ୟ, ଓଡିଶା ଟ୍ରାନ୍ସଜେଣ୍ଡର କଲ୍ୟାଣ ଟ୍ରଷ୍ଟର ଫାଉଣ୍ଡର ମୀରା ପରିଡା ଯୋଗଦେଇ ଟ୍ରାନ୍ସଜେଣ୍ଡରମାନଙ୍କର ସମସ୍ତ ସ୍ଵାସ୍ଥ୍ୟ ଚିକିତ୍ସା ସୁବିଧା ଗୋଟିଏ ଜାଗାରେ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଏଥିରେ ସ୍ଵାସ୍ଥ୍ୟ କ୍ଷେତ୍ରର ସମସ୍ତ ଆମୁଳଚୁଳ ଚିକିତ୍ସା ଉପଲବ୍ଧ ହେବବୋଲି ଡ. ତିରୁପତି ପାଣିଗ୍ରାହୀ ଜଣାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *